ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଚିକେନ ଖାଇବା ଦ୍ୱାରା ହୋଇପାରନ୍ତି କି ବାର୍ଡ ଫ୍ଲୁର ସଂକ୍ରମଣ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ବିଶ୍ୱରେ ପୁଣିଥରେ ବାର୍ଡ ଫ୍ଲୁର ସମସ୍ୟା ଦେଖାଦେଇଛି। ଏଥର କିନ୍ତୁ  ମଣିଷଙ୍କଠାରେ ମଧ୍ୟ ବାର୍ଡ ଫ୍ଲୁ ଦେଖିବାକୁ ମିଳିଛି। ଏଭଳି ସମସ୍ୟାକୁ ନେଇ ସମଗ୍ର ମାନବ ସମାଜ ଆତଙ୍କିତ ।  ବାର୍ଡ ଫ୍ଲୁ ମୁଖ୍ୟତଃ ପକ୍ଷୀମାନଙ୍କଠାରେ ଦେଖାଦେଇଥାଏ। ହେଲେ ଏହାରି ଭିତରେ ଗତ ବୁଧବାର ଅଷ୍ଟ୍ରେଲିଆ ବାର୍ଡ ଫ୍ଲୁ ର ପ୍ରଥମ ସଂକ୍ରମଣ ସାମ୍ନାକୁ ଆସିଛି। ଏହି ସଂକ୍ରମଣ ଏକ ଛୋଟ ପିଲାକୁ ହୋଇଛି।ତେବେ  ପିଲାଟି କିଛି ସମୟ ପୂର୍ବରୁ ଭାରତରେ ଥିଲା ଏବଂ ସେ୍ଠାରେ ରହିଥିବା ସମୟରେ ସଂକ୍ରମିତ ହୋଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ଅଷ୍ଟ୍ରେଲିଆର ଏକ ନ୍ୟୁଜ୍ ପୋର୍ଟାଲର ସାକ୍ଷାତକାରରେ ଦେଶର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ସେହିପରି ଭିକ୍ଟୋରିଆରେ  ବାର୍ଡ ଫ୍ଲୁ ବା ଏବିୟନ୍ ଇଂଫ୍ଲୁଏନଜାସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ଏକ ଛୋଟ ପିଲାଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି ବୋଲି ଭିକ୍ଟୋରିଆର ସ୍ୱାସ୍ଥ୍ୟ ବିଭାଗ ସୋସିଆଲ୍ ମିଡିଆ ସାଇଟରେ କହିଛନ୍ତି। ହେଲେ ଭିକ୍ଟୋରିଆରେ ଏହାର ବିସ୍ତାରର କୌଣସି ପ୍ରମାଣ ନାହିଁ ଏବଂ ଅନ୍ୟ କାହାକୁ ଏହି ରୋଗ ହେବାର ସମ୍ଭବନା ମଧ୍ୟ କମ ରହିଛି। କାରଣ ଏବିୟନ୍ ଇଂଫ୍ଲୁଏନଜା ମାନବ ସମାଜରେ ସହଜରେ କାୟା ବିସ୍ତାର କରିପାରେନାହିଁ।‘ଏହି ରିପୋର୍ଟଟି ଏକ ଛୋଟ ପିଲାର ଥିଲା। ସେ ୨୦୨୪ ମାର୍ଚ୍ଚରେ ବିଦେଶରୁ ଅଷ୍ଟ୍ରେଲିଆକୁ ଆସିଥିଲା। ପିଲାଟିକୁ  ବାର୍ଡ ଫ୍ଲୁର ଗଭୀର ସଂକ୍ରମଣ ଥିଲା କିନ୍ତୁ ଏବେ ସେ ନିରୋଗ ଅଛି’ ବୋଲି ଏକ ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଏଥିରୁ ଭାରତର ନାମକୁ ବାଦ ଦିଆଯାଇଛି। 

ବାର୍ଡ ଫ୍ଲୁ ପକ୍ଷୀମାନଙ୍କର ଏକ ଭାଇରାଲ ଇନଫେକ୍ସନ ଅଟେ। ଏଥିରେ ପକ୍ଷୀମାନଙ୍କର ପ୍ରାଣହାନି ହୋଇଥାଏ ଏବଂ ସଂପୂର୍ଣ୍ଣ ଦଳ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥାନ୍ତି। ବାର୍ଡ ଫ୍ଲୁର ସଂକ୍ରମଣ ଜଙ୍ଗଲୀ ପକ୍ଷୀଙ୍କ ଠାରୁ ପାଳିତ ପକ୍ଷୀଙ୍କୁ ହୋଇଥାଏ। ସଂକ୍ରମଣରେ ପକ୍ଷୀଙ୍କର ଶ୍ୱାସତନ୍ତ୍ର ପ୍ରଭାବିତ ହୁଏ ଏବଂ ଅନେକ ମାମଲାରେ ସେମାନଙ୍କର ମୃତ୍ୟୁ ହୋଇଯାଇଥାଏ ବୋଲି ଆମେରିକାର ସେଣ୍ଟର ଫାର ଡିଜିଜ କଣ୍ଟ୍ରୋଲ୍ କହିଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ଅନୁଯାୟୀ ବାର୍ଡ ଫ୍ଲୁର ସଂକ୍ରମଣ ମଣିଷଙ୍କଠାରେ ମଧ୍ୟ ହୋଇପାରେ। ଯେତେବେଳେ କୌଣସି ବ୍ୟକ୍ତି ସଂକ୍ରମିତ ପକ୍ଷୀସହ ସିଧାସଳଖ ସଂପର୍କରେ ଆସିଥାଏ, ତେବେ ତାଙ୍କୁ ବାର୍ଡ ଫ୍ଲୁର ସଂକ୍ରମଣ ହେବାର ବିପଦ ରହିଥାଏ। କିନ୍ତୁ ମଣିଷଙ୍କଠାରେ ଏହି ସଂକ୍ରମଣର ବିପଦ କମ୍ ଦେଖିବାକୁ ମିଳିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତ ପ୍ରକାଶ କରିଛନ୍ତି। ବାର୍ଡ ଫ୍ଲୁର ସବୁଠାରୁ ଅଧିକ ବିପଦଜନକ ଭାଇରସ ଏଏଚ୫ଏନ୧ ଅଟେ। ଏଥିରେ ସଂକ୍ରମିତ ହେବାଦ୍ୱାରା ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ। 

ବାର୍ଡ ଫ୍ଲୁର ଲକ୍ଷଣ-

ବାର୍ଡ ଫ୍ଲୁର ସାମାନ୍ୟ ଲକ୍ଷଣରେ ଡାଇରିଆ ଏବଂ ବାନ୍ତି ଦେଖାଦେଇଥାଏ। ଏଥିସହିତ ଜ୍ୱର, କାଶ, ତଣ୍ଟି ଦରଜ, ଶରୀରରେ ଦରଜ, ହାଲିଆ ଲାଗିବା ଏବଂ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ। ବାର୍ଡ ଫ୍ଲୁର ଗମ୍ଭୀର ଅବସ୍ଥାରେ ଅଧିକ ଜ୍ୱର ବା ନିମୋନିଆ ମଧ୍ୟ ହୋଇଥାଏ। ସାମାନ୍ୟ ଫ୍ଲୁରେ ମଧ୍ୟ ଏହିସବୁ ଲକ୍ଷଣ ଦେଖାଦେଇପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ବାର୍ଡ ଫ୍ଲୁ ହୋଇଛି କି ନାହିଁ, ସ୍ପଷ୍ଟ କରିବା ଅସମ୍ଭବ।

ଚିକେନ୍ ଖାଇଲେ ଅଛି କି ବାର୍ଡ ଫ୍ଲୁର ବିପଦ?

ବାର୍ଡ ଫ୍ଲୁର ସମସ୍ୟା ମଣିଷଙ୍କଠାରେ ଦେଖାଦେବାଠାରୁ ସସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। କିଛି ଲୋକଙ୍କର ଏଭଳି ଧାରଣା ଅଛି ଯେ ଚିକେନ୍ ବା ଅଣ୍ଡା ଖାଇବାଦ୍ୱାରା ଏହି ରୋଗ ହେଉଛି। କିନ୍ତୁ ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ମତ ଅନୁଯାୟୀ ଚିକେନ ଏବଂ ଅଣ୍ଡାକୁ ଭଲଭାବରେ ରୋଷେଇ କରି ଖାଇବା ସୁରକ୍ଷିତ ଅଟେ। ରାନ୍ଧିବା ସମୟରେ ଯଦି ଏହା ସାମାନ୍ୟ କଞ୍ଚା ରହିଥାଏ, ତେବେ ସଂକ୍ରମଣର ବିପଦ ରହିଥାଏ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.