ପ୍ରଦୋଷ ବ୍ରତ ଭଗବାନ ଶିବଙ୍କୁ ସମର୍ପିତ । ଏହି ଦିନ ଭୋଳାନାଥ ଓ ମାତା ପାର୍ବତୀଙ୍କୁ ବିଧି ବିଧାନର ସହିତ ପୂଜା କରାଯାଏ । ଏହି ବ୍ରତ ପ୍ରତି ମାସ ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଶିବ ପୁରାଣ ଅନୁସାରେ ପ୍ରଦୋଶ ବ୍ରତ କଲେ ଅନେକ ଲାଭ ମିଳିଥାଏ ବୋଲି କୁହାଯାଏ । ବିଶ୍ବାସ ରହିଛି ଯେ, ପ୍ରଦୋଷ ବ୍ରତ କରିବା ଦ୍ବାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଆଉ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ଜାତକରେ ଅଶୁଭ ଗ୍ରହଙ୍କ ପ୍ରଭାବ କମ୍ କରିବାକୁ ମଧ୍ୟ ପ୍ରଦୋଷ ବ୍ରତ ପାଳନ କରାଯାଏ।
ବୈଦିକ ପଞ୍ଚାଙ୍ଗ ଅନୁସାରେ , ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିର ଆରମ୍ଭ ଫେବୃଆରୀ ୨୪ ତାରିଖ ଦ୍ବିପହର ୧୨ଟା ୪୭ ମିନିଟରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଦିନ ୧୧ ଟା ୮ ମିନିଟରେ ଶେଷ ହେବ । ଫାଲଗୁନ ମାସର ପ୍ରଥମ ପ୍ରଦୋଷ ବ୍ରତ ୨୫ ଫେବୃଆରୀରେ ପାଳନ କରାଯିବ। ସେହିପରି ଏହି ଦିନ ପୂଜାର ଶୁଭ ମୁହୁର୍ତ୍ତ ସନ୍ଧ୍ୟା ୬ଟା ୧୮ ମିନିଟରୁ ଆରମ୍ଭ ହୋଇ ୮ଟା ୪୮ ମିନିଟରେ ଶେଷ ହେବ । ପ୍ରଦୋଷ ବ୍ରତ ଦିନ ଶୁଭ ମୁହୁର୍ତ୍ତରେ ପୂଜ କରିବାଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ,ପାଲଗୁନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିର ଆରମ୍ଭ ୧୧ ମାର୍ଚ୍ଚ ସକାଳ ୮ଟା ୧୩ ମିନିଟର ଆରମ୍ଭ ହେବ । ସେହିପରି ୧୨ ମାର୍ଚ୍ଚ ସକାଳ ୯ ଟା ୧୧ ମିନିଟରେ ଶେଷ ହେବ ଏହି ଦିନ ପୂଜାର ଶୁଭ ମୁହୁର୍ତ୍ତ ୬ ଟା ୨୭ ମିନିଟରୁ ୮ଟା ୫୩ ମିନିଟ ଯାଏ ରହିବ ।
ଏହା ମଧ୍ୟ ପଢନ୍ତୁ- ମାଘ ପୂର୍ଣ୍ଣିମାରେ ମହାକୁମ୍ଭରେ ସ୍ନାନ କାହିଁକି ? ଜାଣନ୍ତୁ କ'ଣ ରହିଛି ବିଶେଷତ୍ୱ...
ଧାର୍ମିକ ମାନ୍ୟତା ଅନୁସାରେ, ପ୍ରଦୋଷ ବ୍ରତ ଦିନ ଉପବାସ ରହି ଶିବଙ୍କ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ। ଏହିଦିନ କ୍ରୋଧ, ଲୋଭ ଓ ମୋହ ଛାଡିବା ଆବଶ୍ୟକ । ପ୍ରଦୋଷ ବ୍ରତ ଆଧ୍ୟାତ୍ମିକ ଉତ୍ଥାନ ପତନ ଓ ନିଜର ଇଚ୍ଛା ପୂରଣ ପାଇଁ ମଧ୍ୟ ପାଳନ କରାଯାଏ । ଭକ୍ତିର ସହିତ ଏହି ବ୍ରତ ପାଳନ କରିବା ଦ୍ବରା ଜୀବନରୁ ସବୁ ଦୁଖ କଷ୍ଟ ଦୂର ହେବା ସହିତ ସୁଖ ସମୃଦ୍ଧି ଲାଭ ହୋଇଥାଏ।