ରାଉଲକେଲା ୩୦/୫:କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରୁ ମାଓବାଦୀ ମାନେ ଲୁଟି ନେଇଥିବା ୪ ଟନ ବିସ୍ଫୋରକ ମଧ୍ୟରୁ ୨ ଟନ୍ ଜବତ ହୋଇଛି। ଏହି ଲୁଟ୍ ପରେ ଝାଡ଼ଖଣ୍ଡ ଓ ଓଡ଼ିଶା ଯବାନ ପକ୍ଷରୁ ସରଣ୍ଡା ଜଙ୍ଗଲରେ ୨ ଦିନ ହେଲା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ସମୟରେ ଓଡ଼ିଶା ସୀମାନ୍ତରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡର ସରଣ୍ଡାର ତିରିଲିପୋଷିରେ ଶୁକ୍ରବାର ଅପରାହ୍ନରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ। ଏହି ଗୁଳି ବିନିମୟ ସମୟରେ ଯବାନଙ୍କ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ତିରିଲିପୋଷିରୁ ୨ ଟନରୁ ଅଧିକ ବିସ୍ଫୋରକ ଯବାନ ମାନେ ଉଦ୍ଧାର କରିଥିବା ବେଳେ ସେଠାରେ ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...