ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଶରୀର ଥଣ୍ଡା ପାଇଁ ଗରମ ଦିନେ ଖାଆନ୍ତୁ ଏହି ମସଲା...

ଭୁବନେଶ୍ୱର, ୪।୬: ସାଧାରଣତଃ ଗରମ ଦିନେ କମ୍ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । କୁହାଯାଏ କି ମସଲା ଶରୀରରେ ଗରମ ବଢ଼ାଇବାରେ ସାହାଯ୍ୟ କରେ । ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଓ ଗ୍ୟାସ୍ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ସବୁ ମସଲାରେ ଏଭଳି ସମସ୍ୟା ଦେଖାଦେଇନଥାଏ । କିଛି ଏଭଳି ମସଲା ମଧ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । କଣ ସେହିସବୁ ମସଲା ଓ ଏହାକୁ କିଭଳି ବ୍ୟବାହର କରିବେ ଆସନ୍ତୁ ଜାଣିବା । 

ପୋଦିନା :

ଗରମ ଦିନେ ପୋଦିନା ପତ୍ର ନିଶ୍ଚୟ ଖାଇବା ଉଚିତ୍ । ପୋଦିନା ପେଟକୁ ଥଣ୍ଡା ରଖିବା ସହିତ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ପାଚନ ପ୍ରକ୍ରିୟାରେ ସହାୟ ହୁଏ । 

ପାନମହୁରୀ :

ଗରମ ଦିନେ ପାନମହୁରୀ ଖାଇବା ଭଲ । ମିଠା ପାନମହୁରୀ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟାକୁ ମଧ୍ୟ ଦୂର କରେ । 

ଧନିଆ :

ଗୋଟା ଧନିଆ ହେଉ, ଧନିଆ ଗୁଣ୍ଡ ହେଉ କିମ୍ୱା ଧନିଆ ପତ୍ର ଏସବୁ ଖରାଦିନ ପାଇଁ ଭଲ । ଏହା ଶରୀରରେ ଗରମର ମାତ୍ରା କମ୍ କରିବା ସହ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.