ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ତୁଳସୀ ପାହାଡ଼ରୁ ମାଓବାଦୀଙ୍କ ଡମ୍ପ୍ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୧୧/୬ : ମାଲକାନଗିରି ବିଏସଏଫ ଯବାନଙ୍କୁ ମିଳିଛି ଏକ ବଡ଼ ସଫଳତା । ମାଓଗଡ଼ ତୁଳସୀ ପାହାଡ଼ରେ ଯବାନଙ୍କୁ ଟାର୍ଗେଟ କରି ଲୁଚାଇ ରଖିଥିବା ବମ ବିସ୍ପୋରକ ଦ୍ରବ୍ୟକୁ ଜବତ କରି ମାଓ ବିସ୍ଫୋରଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୀମା ସୁରକ୍ଷା ବାହିନୀ। ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଟେମୁରୁପାଲୀ ପଞ୍ଚାୟତ ମାଓଗଡ଼ ଭାବେ ପରିଚିତ ତୁଳସୀ ପାହାଡ଼ କିରିମେଟି ଜଙ୍ଗଲରେ ମାଓବାଦୀଙ୍କ ଡମ୍ପ ଥିବାର ବିଶ୍ବସ୍ତ ସୂତ୍ରରୁ ଖବରପାଇଥିଲେ । 

ପରେ ଆଜି ସକାଳେ ସେ ପାହାଡ଼କୁ ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଯାଇଥିଲେ । ଜଙ୍ଗଲରେ ସର୍ଚ୍ଚ ଅପରେସନବେଳେ କିରିମେଟି ପାହାଡ଼ର ଏକ ପଥର ସୁଡଙ୍ଗରେ ଏକ ଡମ୍ପକୁ ଠାବ କରିଥିଲେ । ଯାଞ୍ଚ କରିବାରୁ ସେଥିରୁ ଟିଫିନବମ, ଲ୍ୟାଣ୍ଡମାଇନ ବ୍ୟବହୃତ ତାର, ବିସ୍ଫୋରକ ଦ୍ରବ୍ୟ, ସୋଲାର ପ୍ଲେଟ, ବ୍ୟାଗ, ମାଓ ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନାଯୋଗ୍ୟ ଯେ, ତୁଳସୀ ପାହାଡ଼ଟି ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗି ରହିଥିବାରୁ ଏହା ଛତିଶଗଡ଼ ଦରଭା ମାଓ ଡିଭିଜନର କାମ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.