ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆରମ୍ଭ ହେଲା ବନ୍ଧଗଡ଼ର ଐତିହାସିକ ମା’ବରାଳ ଦେବୀଙ୍କ ବାର୍ଷିକ ଯାତ୍ରା

ଫିରିଙ୍ଗିଆ,୨୦/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ଠାରେ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଐତିହାସିକ ବାର୍ଷିକ ପୂଜା ସହ ଯାତ୍ରା ଉଦୟଗିରି  ଆରମ୍ଭ ହୋଇଯାଇଛି  I ଆବାହମାନ କାଳରୁ ଏହି ବନ୍ଧଗଡ଼ଠାରେ ମା’ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଥିବାବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ପରିଚାଳନା କମିଟି ତରଫରୁ ବହୁ ଧୂମଧାମରେ ଆରମ୍ଭ ହୋଇଛି I 

ତେବେ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାର ପ୍ରଥମ ଦିନରେ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଜା ବାଦ୍ୟ ସହ ପୂଜକ ବାହକଙ୍କ ସହ ମା’ଙ୍କ ସମସ୍ତ ସେବାୟତ ମା’ଙ୍କ ମନ୍ଦିରରେ ପହଂଚିବା ପରେ ପରମ୍ପରା ଅନୁସାରେ ମନ୍ଦିରରେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା I ଅନ୍ୟପଟେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାନସିକ ଧାରୀମାନଙ୍କ ସହ ହାଜରହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା I ଶ୍ରଦ୍ଧାଳୁମାନଙ୍କ ସାମଗମକୁ ଆଖି ଆଗରେ ରଖି ଫିରିଙ୍ଗିଆ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ୍ୟ ବ୍ୟାପକ କରାଯାଇଥିଲା I 

ଅନ୍ୟପଟେ ଏହି ଯାତ୍ରା ପାଇଁ ପ୍ରତ୍ୟେକ ଦିନ ରାତିରେ ବିଭିନ୍ନ ପ୍ରକାର ମନୋରଞ୍ଜନର ବ୍ୟବସ୍ଥା କରାଯାଇଥିବାବେଳେ ମିନା ବଜାର, ରାମ ଦୋଳି ବ୍ରେକ ଡ୍ୟାନ୍ସର ମଧ୍ୟ୍ୟ ବ୍ୟବସ୍ଥା କରାଯାଇଛି  I ତେବେ ଏହି ଯାତ୍ରାକୁ ପରିଚଳନା କରିବା ପାଇଁ ଯାତ୍ରା କମିଟିର ସଭାପତି, ସମ୍ପାଦକ କୋଷାଧକ୍ଷଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତି ରହି ପରିଚାଳନା କରୁଥିବା ଦେଖିବାକୁ ମିଳିଥିବାବେଳେ ପ୍ରତ୍ୟେକ ବର୍ଷ ପରି ତିନି ଦିନ ଧାରି ଯାତ୍ରାଟି ଶାନ୍ତି ଶୃଙ୍ଖଳାର ସହ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.