ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବର୍ଷା ଗାଏବ ପରେ ପୁଣି ଛତିଶଗଡ଼ର ଚାଲାକି: କଲମାର ଗୋଟିଏ ଗେଟ୍‌ ଛାଡ଼ି ସବୁ ବନ୍ଦ, ହୀରାକୁଦକୁ ପଶୁଛି ମାତ୍ର ୮୧ କ୍ୟୁସେକ୍‌

ସମ୍ବଲପୁର,୨୧/୦୬: ଆଗୁଆ ମୌସୁମୀ ପୂର୍ବାନୁମାନ ପାଇଁ ଏଥର ଛତିଶଗଡ଼ ନିର୍ଦ୍ଧାରିତ ସମୟର ୧୫ ଦିନ ପୂର୍ବରୁ କଲମାର ଗେଟ୍‌ ଖୋଲିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଗତ  ୮ ତାରିଖ ସୁଦ୍ଧା ୯ଟି ଗେଟ୍‌ ଖୋଲିଥିଲା । ହେଲେ ମୌସୁମୀ ଉଭାନ ମାରିବା ପରେ ଏବେ ପୁଣି ଗେଟ୍‌ ବନ୍ଦ କରିବା ଆରମ୍ଭ କରିଛି । କେବଳ ଗୋଟିଏ ଗେଟ୍‌କୁ ମାତ୍ର ୮ ଇଞ୍ଚ ଖୋଲା ରଖି ବାକି ସବୁ ବନ୍ଦ କରିଦେଇଛି । ଖାଲି ସେତିକି ନୁହେଁ, କଲ୍‌ମାର ତଳମୁଣ୍ଡରେ ଏକ ଶିଳ୍ପ ସଂସ୍ଥା ପାଇଁ ନିର୍ମିତ ଇନଟେକ୍‌ ୱେଲ୍‌ରୁ କ୍ରମାଗତ ପାଣି ଯୋଗାଣ  ହେଉଛି । ଫଳରେ ଓଡ଼ିଶାକୁ ଜଳପ୍ରବାହ ଏକପ୍ରକାର ଠପ୍‌  ହୋଇଯାଇଛି । ଗୁରୁବାର ହୀରାକୁଦକୁ ମାତ୍ର ୮୧ କ୍ୟୁସେକ୍‌  ପାଣି ପ୍ରବେଶ କରୁଛି । ଫଳରେ ଦିନକ ପୂର୍ବରୁ ହୀରାକୁଦ  ପାୱାର୍‌ ସିଷ୍ଟମ୍‌ରୁ ଶହେରୁ ଉଦ୍ଧ୍ୱର୍ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ  ହେଉଥିବା ବେଳେ ଏହା ୩୨ ମେଗାୱାଟ୍‌କୁ ଖସି ଆସିଛି । 

ନିୟମ ଅନୁଯାୟୀ ପ୍ରତିବର୍ଷ ଜୁନ୍‌ ୧୫ରୁ ଏହି ସମସ୍ତ ବନ୍ଧ  ଓ ବ୍ୟାରେଜ୍‌ର ଗେଟ୍‌ ଖୋଲିଥାଏ । ହେଲେ ଏଥର ଆଗୁଆ  ମୌସୁମୀ ପାଇଁ କଲମା ଜୁନ୍‌ ୧ରୁ ହିଁ ଗେଟ୍‌ ଖୋଲିବା ପ୍ରକ୍ରିୟା  ଆରମ୍ଭ କରିଥିଲା । ୩ଟି ପର୍ଯ୍ୟାୟରେ  ୮ ତାରିଖ ସୁଦ୍ଧା ମୋଟ୍‌ ୯ଟି ଗେଟ୍‌  ଖୋଲିଥିଲା । ସମସ୍ତ ଗେଟ୍‌କୁ ୮ ଇଞ୍ଚ  ଲେଖାଏଁ ଖୋଲା ଯାଇଥିଲା । ଏବେ  ବିଳମ୍ବିତ ମୌସୁମୀକୁ ଦୃଷ୍ଟିରେ ରଖି  ଗୋଟିଏ ଗେଟ୍‌କୁ ଛାଡ଼ି ଅନ୍ୟ ସବୁ  ଗେଟ୍‌ ବନ୍ଦ କରି ଦେଇଛି । ଏବେ  ହୀରାକୁଦ ଜଳସ୍ତର ୬୦୦.୪୫ ଫୁଟ୍‌ ରହିଛି । ଗୁରୁବାରଠାରୁ  ଶାସନ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି କେନାଲ ଖୋଲିବା  ପରେ ଜଳସ୍ତର ଆହୁରି ହ୍ରାସ ପାଇପାରେ । ଫଳରେ ବିଦ୍ୟୁତ୍‌  ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି ।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.