ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆସିଲା ମୌସୁମୀ, ପାଚିଲା ଜାମୁକୋଳି: ଜମୁଛି ଜାମୁକୋଳି ବେପାର

ରଗଡି,୨୦/୦୬: ଋତୁକୁ ନେଇ ଆସେ ଫଳ । ଖରା  ଦିନ ସରି ଆସିଲା ବେଳକୁ ବଜାରରକୁ ପ୍ରବେଶ କରିଛି  ଜାମୁକୋଳି । ବଜାରରେ ବର୍ତ୍ତମାନ ଆମ୍ବ, ପଣସ, ଲିଚୁ  କୋଳି ରାଜ କରୁଥିବା ବେଳେ ଧୀରେ ଧୀରେ ସେହି  ସ୍ଥାନରେ ଲୋକଙ୍କ ଆକର୍ଷଣ ପାଲଟିଛି ଜାମୁକୋଳି । ଗାଁ  ହେଉକି ସହର ସମସ୍ତଙ୍କର ପ୍ରିୟ ଜାମୁକୋଳି । 

ଯାଜପୁର ଜିଲ୍ଲାର ବିଭିନ୍ନ ହାଟ, ବଜାରରେ  ସହ ରାଜରାସ୍ତା କଡ଼ରେ ଜାମୁକୋଲିର ଆସର ଜମିଛି ।  ଏହି କୋଳିର ସ୍ୱାଦ ସହ ଉପକାରୀତା ରହିଥିବାରୁ  ବଜାରର ବିଭିନ୍ନ ଛକ ଆଦି ସ୍ଥାନରେ ଏହି କୋଳି କିଣିବା  ପାଇଁ ଭିଡ଼ ଲାଗିଥିବାର ଦେଖିବାକୁ ମିଳୁଛି । ମହିଳା ଓ  ପୁରୁଷ ବ୍ୟବସାୟୀମାନେ ରାସ୍ତା ପାଶ୍ୱର୍ରେ ଟାକେଇରେ  ଜାମୁକୋଳି ଧରି ବିକ୍ରି କରୁଛନ୍ତି । ସେପଟେ ବଜାରରେ  ଫଳର ଦାମ୍‌ ଆକାଶ ଛୁଆଁ ରହିଛି। ନୂଆ କରି ବଜାରକୁ  ଆସିଥିବାରୁ ଏବେ ଏହା କିଲୋ ପିଛା ୧୨୦ ଟଙ୍କାରେ  ବିକ୍ରି ହେଉଛି । ବହୁ କଷ୍ଟରେ ଜାମୁକୋଳି ସଂଗ୍ରହ କରି ଆଣୁଥିବାରୁ ଅଢେଇଶ ଗ୍ରାମରୁ କମ୍‌ ଦେବାକୁ ରାଜି  ହେଉ ନାହାନ୍ତି ବ୍ୟବସାୟୀମାନେ । 

ଛୋଟ ପିଲାଙ୍କ ଠାରୁ ଆରମ୍ବ କରି  ବୟସ୍କକଙ୍କର ଜାମୁକୋଳି ପ୍ରତି ଭାରି ଆଦର ରହିଛି ।  ଜାମୁକୋଳି ବ୍ୟବସାୟୀଙ୍କୁ ରାସ୍ତା କଡ଼ରେ ଦେଖିଲା ମାତ୍ରେ  ବାଟୋଇ ଟିଏ ଅଟକି ଯାଇ ଜାମୁକୋଳି କିଣି ନେଉଛନ୍ତି । ଏବେ ନୂଆ କରି ବଜାରକୁ ଆସିଥିବାରୁ ଗ୍ରାହକଙ୍କ କୋଳି  ପ୍ରତି ଆଗ୍ରହ ରହିଛି । ବର୍ଷାରେ କୋଳି ପାଚୁ ଥିବାରୁ,  ଯେତେ ଅଧିକ ବର୍ଷା ହୁଏ କୋଳି ସେତିକି ମାତ୍ରାରେ  ପାଚିଥାଏ । ବର୍ଷାର ଶେଷ ବେଳକୁ ଏହା ଆଉ ଦେଖିବାକୁ  ମିଳେ ନାହିଁ । ଚଳିତ ବର୍ଷ ଏହା ପ୍ରଥମ କରି ବଜାରକୁ  ଆସିଥିବାରୁ ଏହାର ଦାମ୍‌ ଟିକେ ଅଧିକ ରହିଛି ।  ଜଣେ ବୟସ୍କଙ୍କ ମତରେ ଜାମୁକୋଳି ଦେହ ପାଇଁ  ହିତକାରକ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ  ଏହା ଦେହ ପାଇଁ ଉପଯୋଗୀ ହୋଇଥାଏ । ମଧୁମେହ  ରୋଗ ପାଇଁ ଏହା ଏକ ବଡ଼ ଲାଭଦାୟକ । 

ଜାମୁକୋଳି  କିଣୁଥିବା ଗ୍ରାହକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ଷକୁ ଥରେ ମାତ୍ର ଏହି କୋଳି ଖାଇବାର ସୁଯୋଗ  ମିଳିଥାଏ । ଗାଁ ଗହଳି ଗଲେ ମାଗଣାରେ ମିଳିଯାଏ ।  ଏଠାରେ କିନ୍ତୁ କିଣି ଖାଇବାକୁ ପଡ଼ୁଛି । ଏବେ ଦାମ୍‌  ଟିକିଏ ଅଧିକ୍‌ ରହୁଛି । ବ୍ୟବସାୟୀଙ୍କୁ ପଚାରିବାରୁ  ସେ କହିଥିଲେ ଯେ, ଆବଶ୍ୟକ ମୁତାବକ କୋଳି ମିଳୁ  ନାହିଁ । ତେଣୁ ଅନ୍ୟ ସ୍ଥାନରୁ କୋଳି ଆଣି ବିକିବା ପାଇଁ  ପଡୁଛି । କିଣା ଦାମଠାରୁ ଏଠାରେ ଟିକିଏ ଅଧୁକରେ ବିକିବା ପାଇଁ ପଡୁଛି । ବର୍ଷା ଶେଷ ବେଳକୁ ଏହା ଆଉ  ନଥୁବ । ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରୁ ଅଧିକାଂଶ କୋଳି  ଆମଦାନୀ ହେଉଛି । ନୂଆ ହୋଇଥିବାରୁ କୋଳି ଅଧିକ  ବିକ୍ରି ହେଉଛି । ବର୍ଷା ହେଲେ ଏହି କୋଳି ପାଚେ ବୋଲି  ବ୍ୟବସାୟୀ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.