ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ଗ୍ରାଉଣ୍ଡ୍‌ ଜିରୋ’ରେ ସାଇ ତମନକର, ଇମ୍ରାନ ହାଶମିଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

Published By : Krishna Priya | October 30, 2024 1:35 PM

ମୁମ୍ବାଇ ୩୦/୧୦: ଖୁବ୍‌ଶୀଘ୍ର ଫିଲ୍ମ ‘ଗ୍ରାଉଣ୍ଡ୍‌ ଜିରୋ’ ଜରିଆରେ ସିନେ ପରଦାରେ ନଜର  ଆସିବେ ଅଭିନେତ୍ରୀ ସାଇ ତମନକର । ଏଥିରେ ସେ ଇମ୍ରାନ ହାଶମିଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ଫିଲ୍ମ ନିର୍ମାଣ  କାମ ଶେଷ ହୋଇଛି । ଏହାକୁ ସକାରାତ୍ମକ ପ୍ରତିକ୍ରିୟା  ମିଳିଥିବା ସାଇ କହିଛନ୍ତି । ରିଲିଜ୍‌କୁ ସେ ଉତ୍ସାହର  ସହ ଅପେକ୍ଷା କରିଛନ୍ତି ।

ଇମ୍ରାନ ହାଶମିଙ୍କ  ସହ କାମ କରିବାର ଖୁସି ଜାହିର କରି  ସେ କହିଛନ୍ତି, ଖୁବ୍‌ କମ୍‌ ନିର୍ଦ୍ଦେଶକ  ସେମାନଙ୍କ ଅଭିନୟ ପ୍ରତିଭାର  ପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି,  ତନ୍ମଧ୍ୟରେ ହାଶମି   ଅନ୍ୟତମ । ସାଇ  ଏବେ ଟିକିଏ  ହଟ୍‌କେ   ଭୂମିକା ଚୟନ  କରୁଛନ୍ତି ।  ତେଣୁ ‘ଗ୍ରାଉଣ୍ଡ୍‌ ଜିରୋ’ରେ ନିଜକୁ  ସାମିଲ କରି ସେ   ବହୁତ ଖୁସି ।  ତେବେ ଅପ୍‌କମିଙ୍ଗ  ଫିଲ୍ମ ସମେତ   ବ୍ୟକ୍ତିଗତ ଜୀବନକୁ  ନେଇ ଏବେ ଖବରକୁ ଆସିଛନ୍ତି ସାଇ । ନିକଟରେ  ସେ ନିଜର ଦୀର୍ଘଦିନର  ବୟଫ୍ରେଣ୍ଡ୍‌ ଅନିଶ ଜୋଗଙ୍କ  ସହ ବ୍ରେକ୍‌ଅପ୍‌ ଘୋଷଣା  କରିଛନ୍ତି । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରୁ ଅନିଶଙ୍କ ସହ ସବୁ ଫଟୋ  ହଟାଇବା ପରେ ଉଭୟଙ୍କ ବ୍ରେକ୍‌ଅପ  ଚର୍ଚ୍ଚା ଜୋର ଧରିଥିଲା । ଆପୋସ  ବୁଝାମଣାରେ ବ୍ରେକ୍‌ଅପ  ହୋଇଥିବା ସାଇ ଏକ  ସାକ୍ଷାତକାରରେ ସ୍ପଷ୍ଟ  କରିଛନ୍ତି । 

ତେବେ ଏହି  ନିଷ୍ପତ୍ତି ଅତ୍ୟନ୍ତ  କଷ୍ଟକର ଥିଲା ବୋଲି  ମଧ୍ୟ କହିଛନ୍ତି ।  ଅନିଶଙ୍କୁ ଡେଟ୍‌ କରିବା  ପୂର୍ବରୁ ସେ ୨୦୧୩ ମସିହାରେ  ଭିଜୁଆଲ ଇଫେକ୍ଟ ଆର୍ଟିଷ୍ଟ୍‌ ଆମେ  ଗୋସଭିଙ୍କୁ ବିବାହ କରିଥିଲେ । କିନ୍ତୁ  ୨୦୧୫ରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା ।  ନିକଟରେ ଥ୍ରିଲର୍‌ ସିରିଜ୍‌ ‘ମାନବତ  ମଡର୍ସ’ରେ ସାଇ ନଜର ଆସିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.