ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ବ୍ରାଉନ୍‌ ଭ୍ୟାଲିରେ ଅଳେଇଚ ଚାଷ, ଏକର ପିଛା ଲାଭ ୨ ଲକ୍ଷ

Published By : Prameya | October 30, 2024 2:55 PM

ଜୟପୁର/କୋରାପୁଟ, ୩୦/୧୦ : କଫି ଏବଂ ଗୋଲମରିଚ ଭଳି ଅଳେଇଚ ଚାଷ ପାଇଁ ବେଶ ଅନୁକୂଳ କୋରାପୁଟର ଜଳବାୟୁ । ବର୍ଷକୁ ଏକର ପିଛା ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରୁଛି । କଫି ବଗିଚାର ଛାଇ ଜାଗାରେ ହିଁ ଏହି ଚାଷ ହେଉଛି । ଏଥିଲାଗି ଅଧିକରୁ ଅଧିକ ଚାଷୀ ଅଳେଇଚ ଚାଷ ପ୍ରତି ମନ ବଳାଇବା ଦରକାର । କେବଳ ସରକାରୀ ପ୍ରୋତ୍ସାହନ ମିଳିପାରିଲେ, ଜିଲ୍ଲାର ଚାଷୀମାନେ ଏହି ଚାଷ କରି ବେଶ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାର ଅନ୍ୟତମ ବରିଷ୍ଠ କଫି ଓ ଗୋଲମରିଚ ଚାଷୀ ତଥା ବ୍ରାଉନ୍‌ଭ୍ୟାଲିର ଉଦ୍ୟୋଗୀ ସୁଜୟ ପ୍ରଧାନ ।  କୋରାପୁଟରୁ ୨୦ କିମି ଦୂରରେ ରହିଛି ଛୋଟାଗୁଡ଼ା ଗାଁର ବ୍ରାଉନ୍‌ଭ୍ୟାଲି କଫି ବଗିଚା । ଏହାର ଶାନ୍ତଶୀତଳ ପରିବେଶରେ ଏବେ ଗଛଗୁଡ଼ିକରେ ଭରି ରହିଛି ଅଳେଇଚ। 

ସୁଜୟ କହିଛନ୍ତି, ୧୦ ବର୍ଷ ତଳେ ସେ ଏହାର କିଛି ଚାରା ଆଣିଥିଲେ । କଫି ଓ ଗୋଲମରିଚ ଚାଷରେ ଅଧିକ ବ୍ୟସ୍ତ ରହୁଥିବାରୁ ଅଳେଇଚ ଚାଷ ପ୍ରତି ସେତେଟା ଗୁରୁତ୍ୱ ଦେଇ ପାରିନଥିଲେ । ଗତ ୪ ବର୍ଷ ହେଲା ଉପଯୁକ୍ତ ଯତ୍ନ ନେଲା ପରେ ଏବେ ଉତ୍ସାହଜନକ ଫଳ ପାଇଛନ୍ତି । ପ୍ରତି ଗଛ ପିଛା ଅନ୍ୟୁନ ୫୦୦ ଗ୍ରାମ ଅଳେଇଚ ଫଳିପାରୁଛି । ଗୋଟିଏ ଏକରରେ ୧୫/୧୫ ଫୁଟ୍‌ ବ୍ୟବଧାନରେ ଗୋଟିଏ ଲେଖାଏଁ ଚାରା ଲଗାଇଲେ ବି ପ୍ରାୟ ୨୦୦ ଗଛ ଲାଗିପାରୁଛି । ଚାରାରୋପଣର ୪ ବର୍ଷ ପରେ ଅଳେଇଚ ଫଳିବା ଆରମ୍ଭ ହେଉଛି । ଥରେ ଲଗାଗଲେ ଏହା ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଦେଉଛି । କେବଳ ସାର, ଖତ ଏବଂ ଯତ୍ନ ନେବାର ଆବଶ୍ୟକତା ରହିଛି ।  ସାଧାରଣତଃ ମାର୍ଚ୍ଚ, ଏପ୍ରିଲ୍‌ ଓ ମେ ମାସରେ ଅଳେଇଚ ଗଛରେ ଫୁଲ ଧରିଥାଏ । ଡିସେମ୍ବର ବେଳକୁ ଉତ୍ପାଦନ ହୋଇଥାଏ । ଭଲ ଚାଷ ପାଇଁ ଶତକଡ଼ା ୬୦ ଭାଗ ଜୈବିକ ଖତ ସହ ୪୦ ଭାଗ ରାସାୟନିକ ସାର ବ୍ୟବହାର କରିବାକୁ ପଡୁଛି । ବ୍ୟବସାୟିକ ଭିତ୍ତିରେ ଚାଷ କରାଗଲେ ଗୋଟିଏ ଏକରରୁ ଅତି କମ୍‌ରେ ୧ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅଳେଇଚ ଉତ୍ପାଦନ ହୋଇପାରୁଛି । ଯାହାର ବଜାର ମୂଲ୍ୟ ଏବେ କ୍ୱିଣ୍ଟାଲ ପିଛା ରହିଛି ଅଢେଇ ଲକ୍ଷ ଟଙ୍କା । ଏକର ପିଛା ୫୦ ହଜାର ଟଙ୍କା ଖର୍ଚ୍ଚ ଗଲେ ବି ଲାଭ ପ୍ରାୟ ୨ ଲକ୍ଷ ଟଙ୍କା ମିଳିପାରିବ । 

ସବୁଠୁ ବଡ଼କଥା ହେଉଛି, ଏହା କଫି, ଗୋଲମରିଚ ଏବଂ ଡାଲଚିନି ଚାଷ ସହ ଏକସଙ୍ଗେ ହୋଇପାରୁଛି । ଏସବୁ ଚାଷ ବେଶ ଲାଭଜନକ । ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ପଟ୍ଟାଙ୍ଗିରେ ଥିବା ଗବେଷଣା କେନ୍ଦ୍ର ଏବଂ ବ୍ରାଉନଭ୍ୟାଲି କଫି ବଗିଚାରୁ ବର୍ଷା ଦିନ ପୂର୍ବରୁ ଚାଷୀ ଚାହିଁଲେ ଚାରା ନେଇପାରିବେ ।  ସୁଜୟ କହିଛନ୍ତି, ଏବେ କୋରାପୁଟ କଫିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରାଯାଉଛି । ସେହି ବଗିଚାରେ କଫି ସାଙ୍ଗକୁ ଅଳେଇଚ ଚାଷ କରାଗଲେ ବହୁ ଚାଷୀ ଲାଭବାନ ହୋଇପାରିବେ । 

ଏବେ ତାଙ୍କ ବଗିଚାରେ କଫି ସାଙ୍ଗକୁ ଗୋଲମରିଚ, ଅଳେଇଚ, ବତେଇ, ସପୁରୀ, କମଳା ଏବଂ ହଳଦୀ ଚାଷ ସଫଳତାର ସହ ହୋଇପାରୁଛି । ନିକଟରେ ତାଙ୍କ ଅଳେଇଚ ବଗିଚା ପରିଦର୍ଶନ କରିଥିଲେ ନାଇଜର୍‌ର ରସାୟନ ବିଭାଗ ମୁଖ୍ୟ ପ୍ରଫେସର ହିମାଂଶୁ ବିଶ୍ୱାଳ ଏବଂ ବିଶାଖାପାଟଣାର ପ୍ରସିଦ୍ଧ ବୈଜ୍ଞାନିକ ଡ. ୱାଇ.ସତୀଶ ରାଜୁ । କଫି ସହ ଅଳେଇଚ ଚାଷ ଦେଖି ପ୍ରଶଂସା କରିଥିଲେ । ଜିଲ୍ଲାରେ ଥିବା ଏସବୁ ସମ୍ଭାବନା ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଶ୍ରୀ ପ୍ରଧାନ ସମର୍ଥ ହୋଇଛନ୍ତି ବୋଲି ବଗିଚାର ଥିବା ବିବିଧତାକୁ ଦେଖିବା ପାଇଁ କଟକରୁ ଆସିଥିବା ବରିଷ୍ଠ ପର୍ଯ୍ୟଟକ ଅସୀମ ପଦ୍ମନାଭ ଦାସ ମଧ୍ୟ କହିଛନ୍ତି ।  ପଟ୍ଟାଙ୍ଗି କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ପର୍ଶୁରାମ ଶିଆଲ କହିଛନ୍ତି, କୋରାପୁଟ ଜିଲ୍ଲାର ଉଚ୍ଚତା(ହାଇ ଅଲ୍‌ଟିଚ୍ୟୁଡ୍‌), ମାଟି ଏବଂ ଜଳବାୟୁ ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ । ଏହି ଚାଷ କରି ଚାଷୀମାନେ ବେଶ୍‌ ସ୍ୱାବଲମ୍ବୀ ହୋଇପାରିବେ । ସୂଚନାଥାଉକି, ଗତ ୨ ବର୍ଷ ହେଲା ଉଦ୍ୟାନ ବିଭାଗ ଏହି ଚାଷକୁ ଜିଲ୍ଲାରେ ସାମିଲ କରିଥିବା ଜଣାପଡିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.