ଭୁବନେଶ୍ଵର, ୦୨/୦୧ : ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କଲା ଏନଟିଏ। ଜାନୁଆରୀ ୨୨ରୁ ୩୦ ମଧ୍ୟରେ ପରୀକ୍ଷା ହେବ। ପେପର-୧ (BE/BTech)ପରୀକ୍ଷା ୨୨, ୨୩, ୨୪, ୨୮ ଏବଂ ୨୯ ତାରିଖରେ ହେବ। ୨ଟି ସିପ୍ଟରେ ପରୀକ୍ଷା କରାଯିବ। ପ୍ରଥମ ସିପ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ସେହିଭଳି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ସେକେଣ୍ଡ୍ ସିପ୍ଟ ପରୀକ୍ଷା ଚାଲିବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଧିକ ସୂଚନା ପାଇଁ ଏନଟିଏ ୱେବସାଇଟ୍ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି।
ପେପର 2A (B Arch), ପେପର 2B (B. Planning), ପେପର 2A ଏବଂ 2B (B Arch and B Planning) ପରୀକ୍ଷା ୩୦ ତାରିଖରେ ହେବ। ପେପର 2A ଏବଂ 2 ପରୀକ୍ଷା ଅପରାହ୍ଣ ୩ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ। ପେପର-୧ ପରୀକ୍ଷାର ୩ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଜାରି କରାଯିବ।