ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଏକାଧିକ ନିର୍ବାଚନୀ ମାମଲାର ଶୁଣାଣି କଲେ ହାଇକୋର୍ଟ

Published By : Prameya | October 29, 2024 6:13 PM

କଟକ, ୨୯/୧୦ :  ଏକାଧିକ ନିର୍ବାଚନୀ ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । ରାଉରକେଲା ବିଧାୟକ ଶାରଦା ନାୟକ ଆଜି ତାଙ୍କର ଜବାବ ଦାଖଲ କରିଛନ୍ତି । ଶାରଦା ମିଥ୍ୟା ତଥ୍ୟ ଦାଖଲ କରିଛନ୍ତି, ତେଣୁ ତାଙ୍କର ସଭ୍ୟ ପଦ ରଦ୍ଦ କରିବା ଲାଗି ଆବେଦନ କରି, ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି, ଯାହା ଉପରେ ଆସନ୍ତା ଡିସେମ୍ବର ମାସରେ ଶୁଣାଣି ହେବ।

ତେଣେ ୧୧ ନଭେମ୍ବର ସୁଦ୍ଧା ଝାରସୁଗୁଡ଼ା ବିଧାୟକ ଟଙ୍କଧର   ତ୍ରିପାଠୀଙ୍କୁ ଜବାବ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ହୋଇଛି । ଟଙ୍କଧରଙ୍କ ବିରୁଦ୍ଧରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ରହିଛି। ସେହିପରି ଜଳେଶ୍ଵର ବିଧାନସଭା ନିର୍ବାଚନୀ ମାମଲା ଉପରେ ଜବାବ ଦାଖଲ କରିବା ଲାଗି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ସମୟ ଲୋଡିଛନ୍ତି। ଯାହା ଉପରେ ଆସନ୍ତା ମାସ  ୧୮ ତାରିଖରେ ଶୁଣାଣି ହେବ। 

ଭୁବନେଶ୍ୱର ମଧ୍ୟ ନିର୍ବାଚନ ଅନିୟମିତତା ମାମଲା ଉପରେ ଆଜି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନାକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ। ଜବାବ ଦାଖଲ ପାଇଁ ସମୟ ଲୋଡିଛନ୍ତି ଅନନ୍ତ। ଯାହାକୁ ଆସନ୍ତା ୨୦ ତାରିଖ ଭିତରେ ଦାଖଲ କରିବାକୁ ଆଜି ନିର୍ଦେଶ ହୋଇଛି । ଠିକ ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ଜବାବ ଦାଖଲ କରିବାକୁ ଆଜି ସମୟ ଦେଇଛନ୍ତି ହାଇକୋର୍ଟ। ବ୍ୟୋମକେଶଙ୍କ ବିରୁଦ୍ଧରେ ନିର୍ବାଚନ ସତ୍ୟପାଠ ଅନିୟମିତତାର ଅଭିଯୋଗ ହୋଇଛି, ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ମାସରେ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.