ବ୍ରହ୍ମପୁର, ୩୦/୧୦ : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଙ୍ଗ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରାଗିଙ୍ଗରେ ସମ୍ପୃକ୍ତ ୫ଜଣ ସିନିୟର ଛାତ୍ରଙ୍କୁ ହଷ୍ଟେଲ ଏବଂ କ୍ୟାମ୍ପାସରୁ ଛଅ ମାସ ପାଇଁ ବିତାଡିତ କରାଯିବ । ଆଣ୍ଟି ରାଗିଙ୍ଗ ସେଲ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଲେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ।
୫ଜଣ ସିନିୟର ଛାତ୍ରଙ୍କ ବିରୁଦ୍ଧରେ ପୁଲିସ ଥାନାରେ ହେବ ମାମଲା । ଗଣମାଧ୍ୟମକୁ ସୂଚନା ଦେଲେ ବ୍ରହ୍ମପୁର ଏସ. ପି.ଆଉ ଏକ ରାଗିଙ୍ଗ ନେଇ ଏନଏମସିରେ ଅଭିଯୋଗ ହୋଇଥିବା ନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ।