ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ…ହରିୟାଣା ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଜବାବ ଦେଲେ ECI

Published By : Tapas Panda | October 29, 2024 9:17 PM

Image Courtesy: indiatvnews

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଏବଂ ଇସିଆଇଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି।  ନିର୍ବାଚନ ପରିଚାଳନାରେ ତ୍ରୁଟି ନେଇ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି ନିର୍ବାଚନ ଆୟୋଗ । କିନ୍ତୁ ଆଜି (ମଙ୍ଗଳବାର) ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ  ଇସିଆଇ ୧୬୦୦ ପୃଷ୍ଠାର ଏକ ପତ୍ର ଲେଖି ଜବାବ ଦେଇଛନ୍ତି । ମତଦାନ ଏବଂ ମତଗଣନା ପରି ସମ୍ୱେଦନଶୀଳ ସମୟରେ ଦାୟିତ୍ୱହୀନ ଅଭିଯୋଗ କରିବାଠୁ ଦୂରରେ ରହିବା ପାଇଁ କଂଗ୍ରେସକୁ ନିର୍ବାଚନ ଆୟୋଗ ଅପିଲ୍ କରିଛନ୍ତି । 

ଆୟୋଗ ଚିଠିରେ କହିଛନ୍ତି ଯେ, ଦାୟିତ୍ୱହୀନ ଅଭିଯୋଗ ଦ୍ବାରା ଜନତାଙ୍କ ମଧ୍ୟରେ ଆଶାନ୍ତି ଏବଂ ଅରାଜକତା ବ୍ୟାପିପାରେ । ଆଉ ଅତୀତରେ ଏଭଳି ଘଟଣା ଘଟିଥିବାର ନଜିର ରହିଛି । ନିର୍ବାଚନ ଆୟୋଗ ଏନେଇ ୫ଟି ଘଟଣା ସଂପର୍କେର ଉଲ୍ଲେଖ ମଧ୍ୟ କରିଛନ୍ତି । ପ୍ରତି ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ଏବଂ ଅପ୍ରତ୍ୟାଶିତ ରେଜଲ୍ଟକୁ  ନେଇ ଦଳ ଦ୍ୱାରା କରାଯାଉଥିବା ଟିପ୍ପଣୀ ଉପରେ ନିର୍ବାଚନ ଆୟୋଗ କଡ଼ା ଅଭିମୁଖ୍ୟ ଦେଖାଇଛନ୍ତି । ଏହିପରି ଅଭିଯୋଗ ଏବଂ ଟିପ୍ପଣୀ ଉପରେ ଅଙ୍କୁଶ ଲଗାଇବା ପାଇଁ କଂଗ୍ରେସକୁ କହିଛନ୍ତି ନିର୍ବାଚନ ଆୟୋଗ ।

ନିର୍ବାଚନ କମିଶନ କହିଛନ୍ତି ଯେ, ହରିୟାଣା ନିର୍ବାଚନରେ ପ୍ରତ୍ୟେକ ପର୍ଯ୍ୟାୟ ତ୍ରୁଟିହୀନ ଥିଲା । କଂଗ୍ରେସ ପ୍ରାର୍ଥୀ ଏବଂ ଏଜେଣ୍ଟଙ୍କ ନୀରିକ୍ଷଣରେ ଭୋଟିଂ କରାଯାଇଥିଲା । ୨୬ ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଧିକାରୀ ବାରମ୍ୱାର ଯାଞ୍ଚ କରିଛନ୍ତି । ପୂର୍ବରୁ ହରିୟାଣା ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି । ହରିୟାଣା ନିର୍ବାଚନରେ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ ଉଠାଇଥିଲା । କଂଗ୍ରେସ ଅଭିଯୋଗ କରିଥିଲା ଯେ ୯୯ ପ୍ରତିଶତ ବ୍ୟାଟେରି ଥିବା ଇଭିଏମରେ ବିଜେପି ଜିତିଛି । ଏବଂ ୬୦-୭୦ ପ୍ରତିଶତ ବ୍ୟାଟେରି ଥିବା ଇଭିଏମ୍ରେ କଂଗ୍ରେସ ଜିତିଛି । ମେସିନରେ ତ୍ରୁଟି ଏବଂ ଅଧିକାରୀମାନେ ଜାଣିଶୁଣି ମତଗଣନା ପ୍ରକ୍ରିୟାରେ ବିଳମ୍ୱ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା ।

ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୯୦ରୁ ୪୮ ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି । ସେପଟେ କଂଗ୍ରେସ ୩୭ ଆସନ ଜିତିବା ସହ ପୁଣି ଥରେ ବିରୋଧୀ ଆସନରେ ବସିବାକୁ ବାଧ୍ୟ ହୋଇଛି । ଗତ ନିର୍ବାଚନ ପରେ ଆସିଥିବା ଏକଜିଟ୍‌ ପୋଲ୍‌ରେ କଂଗ୍ରେସ ପ୍ରଚଣ୍ଡ ବହୁମତ ସହ ଶାସନକୁ ଫେରିବ ବୋଲି ଜଣାପଡ଼ିଥିଲା । କିନ୍ତୁ ଫଳାଫଳ ଆସିବା ପରେ ଚିତ୍ର ବିଲକୁଲ ଭିନ୍ନ ଥିଲା । ଏହା ପରଠାରୁ ଇଭିଏମ୍‌ରେ ତ୍ରୁଟି ଏବଂ ନିର୍ବାଚନ ପରିଚାଳନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଆସିଛି କଂଗ୍ରେସ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.