ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସ୍ନାନଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ: ଶ୍ରୀବିଗ୍ରହଙ୍କ ଶ୍ରୀଭୁଜରେ ଭରାଦେଇ ପାରିବେନି ସେବାୟତ, ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୧/୦୬: ସ୍ନାନଯାତ୍ରା ଦିନ ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନେ ବସିବା ପରେ ସେମାନଙ୍କ ଶ୍ରୀଭୁଜ ଭିତରେ କିମ୍ବା କୌଣସି ଅଙ୍ଗରେ କୌଣସି ସେବକ ଭରାଦେଇ ଛିଡ଼ା ହେବେ ନାହିଁ । ଠାକୁରଙ୍କ ଶ୍ରୀଭୁଜ ବାହାରେ ଦୁଇପାଶ୍ୱର୍ରେ ଦଇତାପତି ସେବକମାନେ ରହିପାରିବେ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବ୍ୟବସ୍ଥାବଳୀରେ ନିୟମ କରିଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ  ଦିଆଯାଇଛି । ବ୍ୟବସ୍ଥାବଳୀ ମୁତାବକ, ସ୍ନାନଯାତ୍ରା  ଦିନ ମହାପ୍ରଭୁଙ୍କ ଦେଖିବାରେ ଦର୍ଶନାର୍ଥୀ  ଅସୁବିଧା ଭୋଗିବେନି । ଶ୍ରୀମନ୍ଦିର ପ୍ରଶାସନ ଏଥିନିମନ୍ତେ ପ୍ରସ୍ତୁତ କରିଥିବା ବ୍ୟବସ୍ଥାବଳୀକୁ ପରିଚାଳନା କମିଟିରେ ଅନୁମୋଦନ ମିଳିଛି । 

ଆଉ ଦିନକ ପରେ ଅର୍ଥାତ୍‌ ୨୨ ତାରିଖରେ  ସ୍ନାନ ପୂର୍ଣ୍ଣିମା । ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ପହଣ୍ଡି  ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ୧୦୮ ଗରା  ଜଳରେ ସ୍ନାନ କରିବେ । ପରେ ଦୁର୍ଲଭ ହାତୀ  ବେଶରେ ଦର୍ଶନ ଦେବେ । ପହଣ୍ଡିଠାରୁ ଆରମ୍ଭ  କରି ହାତୀବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ  ସୁରକ୍ଷା, ମହାପ୍ରଭୁଙ୍କ ଆଗରେ ଅଶୋଭନୀୟ  ଅଚରଣକୁ ବନ୍ଦ କରିବା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ  ଯାତ୍ରାର ନିର୍ବିଘ୍ନ ଦିବ୍ୟ ଦର୍ଶନ ପ୍ରଦାନ ନିମନ୍ତେ  ଏହି ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି ।

 ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ ସମୟରେ କେବଳ  ନୀତି ସମ୍ପୃକ୍ତ ସେବକ, ପରିଚାଳନା କମିଟି  ସଦସ୍ୟ ଓ ଅଧିକାରୀମାନେ ଭିତର କାଠ  ପାଖରେ ଉପସ୍ଥିତ ରହିବେ । ଜଗମୋହନ  କିମ୍ବା ନାଟମଣ୍ଡପ ପରେ କୌଣସି ମାନ୍ୟଗଣ୍ୟ  ବ୍ୟକ୍ତି କିମ୍ବା ଦର୍ଶନାର୍ଥୀ ରହିବା ସମ୍ପୂର୍ଣ୍ଣ ନିଷେଧ  କରାଯାଇଛି । ସ୍ନାନ ଯାତ୍ରା ଦିନ ସାତପାହାଚ ଉପରେ  ଶ୍ରୀଜିଉଙ୍କ ମସ୍ତକରେ ମଣ୍ଡିତ ଟାହିଆଗୁଡ଼ିକର  ସୁରକ୍ଷା ଦଇତାପତି ସେବକମାନେ ସ୍ୱତନ୍ତ୍ର ଧ୍ୟାନ  ଦେଇ କରିବେ । ଶ୍ରୀଜିଉମାନେ ସ୍ନାନବେଦିକୁ  ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆଗୁଡ଼ିକ ସମ୍ମାନର  ସହ ଖୋଲାଯିବ । ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ  ଆସିବା ବେଳେ କର୍ଡନ ଭିତରେ ଦଇତାପତିଙ୍କ  ସହ କେବଳ ପ୍ରାଧିକୃତ ପହଣ୍ଡି ବିଜେ ସମ୍ପୃକ୍ତ  ସେବକ ରହିବେ । ପହଣ୍ଡି ବିଜେ ସମୟରେ  ଶ୍ରୀମନ୍ଦିର ପରିସରରେ କୌଣସି ପ୍ରକାର ନୃତ୍ୟ  ପ୍ରଦର୍ଶନ ନିଷିଦ୍ଧ କରାଯାଇଛି । 

ସ୍ନାନ ପୂର୍ଣ୍ଣିମା ପହଣ୍ଡି ଦର୍ଶନ ଟିକେଟ ବିକ୍ରି  କରାଯିବ । ଏହାର ମୂଲ୍ୟ ୧୦୦ ଟଙ୍କା ଧାର୍ଯ୍ୟ  କରାଯାଇଛି । ପହଣ୍ଡି ଦର୍ଶନ ପାଇଁ ସର୍ବାଧିକ  ୭ ହଜାର ପହଣ୍ଡି ଟିକେଟ ବିକ୍ରି କରାଯିବ ।  ସ୍ଥିତିକୁ ଦେଖି କେତେ ଟିକେଟ ବିକ୍ରୟ କରାଯିବ  ତାହା ଉପରେ ଏସ୍‌ପି ପଦକ୍ଷେପ ନେବେ ।  ସର୍ବସାଧାରଣଙ୍କ ପାଇଁ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ  ନିବାସରେ ପହଣ୍ଡି ଦର୍ଶନ ଟିକେଟ ବିକ୍ରୟ କରାଯିବ । 

ଶ୍ରୀଜିଉଙ୍କ ପହଣ୍ଡି ବିଜେ ସମୟରେ  ଦର୍ଶନାର୍ଥୀମାନେ ଯେପରି ଶ୍ରୀଜିଉମାନଙ୍କୁ ସ୍ପର୍ଶ  କରିନପାରନ୍ତି କିମ୍ବା କୌଣସି ପ୍ରକାର ବାଧା  ସୃଷ୍ଟି ନକରନ୍ତି, ସେଥିପ୍ରତି ଦଇତାପତି ଓ  ପ୍ରତିହାରୀ ଓ ପୁଲିସ ବିଶେଷ ଦୃଷ୍ଟି ଦେବେ ।  ସ୍ନାନ ମଣ୍ଡପ ପ୍ରବେଶ ପଥ ପାହାଚର ଡାହାଣ  ପାଶ୍ୱର୍ରେ ଥିବା ପିଣ୍ଡି ଉପରେ କୌଣସି ବ୍ୟକ୍ତି  ଠିଆ ହୋଇପାରିବେ ନାହିଁ କିମ୍ବା ନୃତ୍ୟ ପ୍ରଦର୍ଶନ  କରିବେ ନାହିଁ । ପହଣ୍ଡି ସମୟରେ ସୀମିତ ସଂଖ୍ୟକ  ଘଣ୍ଟୁଆଙ୍କୁ ସ୍ନାନ ମଣ୍ଡପ ଉପରକୁ ଛଡ଼ାଯିବ ।  ଅନ୍ୟ ଘଣ୍ଟୁଆମାନେ ସ୍ନାନ ମଣ୍ଡପ ପାହାଚ  ତଳେ ଘଣ୍ଟ ବଜାଇବେ । ପହଣ୍ଡି ସରିବା ପରେ  ଅପ୍ରାଧିକୃତ ବ୍ୟକ୍ତିମାନଙ୍କୁ ସ୍ନାନ ମଣ୍ଡପ ତଳକୁ  ଓହ୍ଲାଇ ଦିଆଯିବ । ସ୍ନାନ ମଣ୍ଡପରେ ଠାକୁରଙ୍କ  ରୁନ୍ଧା ବଢ଼ିବା ପରେ ମଧ୍ୟ ଠାକୁରଙ୍କ ସମ୍ମୁଖ  ଭାଗରେ ସେବକମାନେ ରହିବେ ନାହିଁ ।  

ସେହିପରି ଜଳ ବିଜେ ଓ ସ୍ନାନ ବେଳେ  ମଧ୍ୟ ନିର୍ଦ୍ଧାରିତ ସେବକ ସ୍ନାନ ମଣ୍ଡପରେ  ଉପସ୍ଥିତ ରହିବେ । ବ୍ୟବସ୍ଥାବଳୀକୁ ଉଲ୍ଲଂଘନ  କଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା  ପାଇଁ ଚେତାବନୀ ଦେଇଛି । ବ୍ୟବସ୍ଥାବଳୀକୁ  କେତେଦୂର ପାଳନ କରାଯାଉଛି ଓ  ଉଲ୍ଲଂଘନକାରୀଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ  କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାର କଥା ।  କାରଣ ଅତୀତରେ ପ୍ରଶାସନ ନିୟମ ଉଲ୍ଲଂଘନ  କ୍ଷେତ୍ରରେ କୌଣସି ଠୋସ୍‌ ପଦକ୍ଷେପ ନେଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.