ବିଶାଖାପାଟନମ୍,୨୪/୦୩: ଆଇପିଏଲ୍ ୨୦୨୫ ର ଚତୁର୍ଥ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଡକ୍ଟର ଓ୍ବାଇ.ଏସ୍ ରାଜାସେଖରା ରେଡ୍ଡୀ ACA-VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରିଛି। ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ଶ ୩୬ ଟି ବଲରେ ୭୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି ନିକୋଲାସ ପୁରନ ୩୦ ବଲରେ ୭୫ ରନର ଚମତ୍କାର ଇନିଂସ ଖେଳିଥିଲେ। ମିଚେଲ ମାର୍ଶ ଦିଲ୍ଲୀ ପାଇଁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ମ୍ୟାଚ ଜିତିବା ପାଇଁ ଦିଲ୍ଲୀକୁ ୨୧୦ ରନ୍ର ବିଜୟଲକ୍ଷ୍ୟକୁ ପୂରା କରିବାକୁ ହେବ।

୭ ଦିନ ପାଇଁ ଗୃହରୁ ନିଲମ୍ବିତ ହେଲେ କଂଗ୍ରେସର ୧୨ ବିଧ...