ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜୋନାଲ୍‌ ଫର୍ମାଟ୍‌କୁ ଫେରିବ ଦୁଲୀପ ଟ୍ରଫି, ପୂର୍ବ ଭଳି ୬ଟି ଜୋନ୍‌ ଖେଳାଯିବ ଟୁର୍ଣ୍ଣାମେଣ୍ଟ

Published By : Prameya | March 25, 2025 2:02 PM

ମୁମ୍ବାଇ, ୨୫/୦୩: ପୂର୍ବ ଭଳି ଦୁଲୀପ୍‌ ଟ୍ରଫି ଜୋନାଲ ଫର୍ମାଟ୍‌କୁ ଫେରିବାକୁ ଯାଉଛି । ପୁଣିଥରେ  ୬ଟି ଜୋନ୍‌କୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଦଳ ଭାଗ  ନେବେ । ଆସନ୍ତା ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । 

ଗତ ସିଜନରେ ୪ଟି ଦଳ  (ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ  ଡି) ଚୟନ କରାଯାଇ ଦୁଲୀପ୍‌ ଟ୍ରଫି ଆୟୋଜନ  କରାଯାଇଥିଲା । ସିନିୟର ଦଳ ଚୟନ କମିଟି ଏହି ସବୁ ଦଳ ଚୟନ କରିଥିଲା । ଯାହାକୁ ନେଇ  ବିଭିନ୍ନ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଅସନ୍ତୋଷ  ପ୍ରକଟ କରିଥିଲେ । ଜୋନାଲ ଫର୍ମାଟ୍‌ରେ  ପ୍ରତିଯୋଗିତା ଆୟୋଜନ କରାଗଲେ ପ୍ରତି ଜୋନ୍‌ର  ଶ୍ରେଷ୍ଠ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିପାରିବ ।

ଏପ୍ରିଲରେ ଶ୍ରୀଲଙ୍କା ଯିବ ଓଡ଼ିଶା ଟିମ୍‌: ଶୁଭ୍ରାଂଶୁଙ୍କ ହୋଇପାରେ ଘର ବାହୁଡ଼ା, ଏନ୍‌ଓସିକୁ ଅପେକ୍ଷା...


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.