ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

IPL ପାଇଁ ଅସୁବିଧାରେ ଟିମ୍ ଇଣ୍ଡିଆ, ଫାଇନାଲର ମାତ୍ର ୪ ଦିନ ପରେ ଇଂଲଣ୍ଡରେ ମ୍ୟାଚ୍

Published By : Tapas Panda | March 25, 2025 7:04 PM

Image Courtesy: tv9hindi

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ । ସେଠାରେ ଟିମ୍‌ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତ-ଏ ଦଳ ସେଠାରେ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ଅଭ୍ୟାସ ମ୍ୟାଚ୍‌ଗୁଡ଼ିକର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତର ପ୍ରସ୍ତୁତି ପାଇଁ ବିସିସିଆଇ ଏବଂ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ECB) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଭାରତ-ଏ ଦଳ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଦୁଇଟି ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଇସିବି ନିଶ୍ଚିତ କରିଛି ଯେ, ପ୍ରଥମ ମ୍ୟାଚ୍ ମେ ୩୦ରୁ ଜୁନ୍ ୨ ପର୍ଯ୍ୟନ୍ତ କାଣ୍ଟରବରୀର ସ୍ପିଟଫାୟାର୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ।  ଦ୍ୱିତୀୟ ମ୍ୟାଚ୍ ଜୁନ୍ ୬ରୁ ୯ ପର୍ଯ୍ୟନ୍ତ ନର୍ଥାମ୍ପଟନର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯିବ ।

 ଆଇପିଏଲ ଫାଇନାଲ ଏବଂ ଇଂଲଣ୍ଡରେ ମ୍ୟାଚ୍ ମଧ୍ୟରେ ଦିନର ବ୍ୟବଧାନ 

ବଡ଼ କଥା ହେଉଛି ଆଇପିଏଲ ୨୦୨୫ ଫାଇନାଲ ଏବଂ ଭାରତ ଏ ମ୍ୟାଚ୍ ମଧ୍ୟରେ ମାତ୍ର ୪ ଦିନର ବ୍ୟବଧାନ ରହିଛି । IPL 2025ର ଫାଇନାଲ୍ ମେ’ ୨୫ରେ ଖେଳାଯିବ । IPL  ଫାଇନାଲ ଏବଂ ଇଂଲଣ୍ଡ ଗସ୍ତ ମଧ୍ୟରେ କେବଳ ୪ ଦିନର ବ୍ୟବଧାନ ରହିବ। ଏହାର ସିଧାସଳଖ ପ୍ରଭାବ ଆଇପିଏଲର ଫାଇନାଲରେ ପହଞ୍ଚିଥିବା ଖେଳାଳିମାନଙ୍କ ଉପରେ ପଡ଼ିବ। ତଥାପି, ଆଇପିଏଲ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ମେ ୧୮ ସୁଦ୍ଧା ଶେଷ ହୋଇଯିବ । ତେଣୁ କିଛି ଖେଳାଳି ବିଶ୍ରାମ ନେବାକୁ ଏବଂ ପ୍ରସ୍ତୁତି ପାଇଁ ସମୟ ପାଇବେ । କିନ୍ତୁ ଫାଇନାଲରେ ଥିବା ଖେଳାଳିମାନେ ପ୍ରଥମ ୪ ଦିନିଆ ମ୍ୟାଚ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଭାରତ-ଏ ଦଳ ଚୟନକୁ ନେଇ ଦ୍ୱନ୍ଦ୍ୱରେ ବିସିସିଆଇ ?

ପୂର୍ବରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଭାରତ ଏ'ରେ ସମ୍ଭାବ୍ୟ ଟେଷ୍ଟ ଦଳର ଖେଳାଳିମାନଙ୍କୁ ସାମିଲ କରିବ ନା ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବ ସେ ବିଷୟରେ ଅନିଶ୍ଚିତ ଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଅନେକ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ସେପଟେ ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେ ଭାରତ A ଦଳ ସହିତ ଇଂଲଣ୍ଡ ଯାଇପାରନ୍ତି। ସମ୍ଭବତଃ ବିସିସିଆଇ ତାଙ୍କ ମତାମତକୁ ଧ୍ୟାନରେ ରଖି ଦଳ ଚୟନ କରିବ। ଏହି ମ୍ୟାଚ୍‌ଗୁଡ଼ିକରେ ଟେଷ୍ଟ ଦଳର ଖେଳାଳିମାନଙ୍କୁ ସ୍ଥାନ ଦିଆଯିବା ଉଚିତ କି ନୂତନ ପ୍ରତିଭାଶାଳୀ ଖେଳାଳିମାନଙ୍କୁ ସୁଯୋଗ ଦିଆଯିବା ଉଚିତ, ତାହା ଗମ୍ଭୀରଙ୍କ ପରାମର୍ଶରେ ନିଷ୍ପତ୍ତି ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.