ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହିଳା ଦିନିକିଆ ବିଶ୍ୱକପ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ, ସେପ୍ଟେମ୍ବର ଶେଷ ସପ୍ତାହରେ ଟୁର୍ଣ୍ଣାମେଣ୍ଟ

Published By : Prameya | March 25, 2025 10:15 AM

ମୁମ୍ବାଇ,୨୫/୦୩: ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍‌ ପାଇଁ ଭେନ୍ୟୁ ଚୂଡ଼ାନ୍ତ  କରାଯାଇଛି । ଭାରତ ଏଥର ଦିନିକିଆ  ବିଶ୍ୱକପ୍‌ ଆୟୋଜନ କରିବ । ସେପ୍ଟେମ୍ବର ଶେଷ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ  ନଭେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ ।  ମହିଳା ଦିନିକିଆ ବିଶ୍ୱକପ୍‌ରେ ମୋଟ୍‌ ୮ଟି  ଦଳ ଭାଗ ନେବେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ  ୫ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଇନ୍ଦୋର,  ବିଶାଖାପଟ୍ଟନମ, ଥିରୁଅନନ୍ତପୁରମ,  ଗୌହାଟୀ ଓ ମୁଲନପୁରରେ ସମସ୍ତ  ମ୍ୟାଚ୍‌ ଖେଳାଯିବ । ପାକିସ୍ତାନ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କଲେ ଆଉ ଏକ ନୀରପେକ୍ଷ ଭେନ୍ୟୁ ଚୟନ କରାଯିବ ।

ବିସିସିଆଇ ଓ ପାକ୍‌ କ୍ରିକେଟ୍‌ ବୋର୍ଡ ମଧ୍ୟରେ  ୨୦୨୪-୨୭ କ୍ରିକେଟ୍‌ ବର୍ଷ ପାଇଁ ଚୁକ୍ତି  କରାଯାଇଛି । ଉଭୟ ଦେଶ ମଧ୍ୟରୁ କୌଣସି ଦେଶ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ  କଲେ ଅନ୍ୟ ଦେଶର ଦଳ ପାଇଁ ନୀରପେକ୍ଷ  ଭେନ୍ୟୁ ପ୍ରସ୍ତୁତ କରିବ । ଗତ ଆଇସିସି  ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ନହେବା ଫଳରେ ଉଭୟ ବୋର୍ଡ ମଧ୍ୟରେ ଏହି ଚୁକ୍ତି  ସ୍ୱାକ୍ଷର କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.