ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆଇପିଏଲ ଆକର୍ଷଣ; ଡେବ୍ୟୁ ମ୍ୟାଚରେ ଚମକିଲେ ଅଟୋ ଚାଳକଙ୍କ ପୁଅ ବିଘ୍ନେଶ

Published By : Ankita S | March 25, 2025 10:27 AM

ମୁମ୍ବାଇ,୨୫/୦୩: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜନ ୧୮ ଚାଲିଛି  । ଏଯାବତ ୪ଟି ମ୍ୟାଚ ସରିଲାଣି । ଗତ ୨୩ ତାରିଖରେ ଦୁଇ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ଯାହାକୁ ଚେନ୍ନାଇ ୪ ୱିକେଟରେ ଜିତିଥିଲା । ଚେନ୍ନାଇ ମ୍ୟାଚ ଜିତିଥିଲା ହେଲେ ମୁମ୍ବାଇର ଜଣେ ପ୍ଲେୟାର ସମସ୍ତଙ୍କ ହୃଦୟ ଜିତିଥିଲେ । ମ୍ୟାଚରେ ମୁମ୍ବାଇକୁ ବଞ୍ଚେଇ ରଖିଥିଲେ ସେ । ଜଣେ ଅଟୋ ଚାଳକଙ୍କ ପୁଅ ତାଙ୍କ ଷ୍ଟେଟ ଟିମ୍ ପାଇଁ ଖେଳି ନାହାନ୍ତି ମାତ୍ର ଆଇପିଏଲ ପଦାର୍ପଣରେ ଚମକିଛନ୍ତି । ସେ ହେଉଛନ୍ତି ବିଘ୍ନେଶ ପୁଥୂର । ଏବେ ଆଇପିଏଲର ଆକର୍ଷଣ ସାଜିଛନ୍ତି ।

ଷ୍ଟାର ପ୍ଲେୟାର ବିଘ୍ନେଶ ପୁଥୂର ଆଇପିଏଲ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ଏହି ପ୍ରତିଭାକୁ ଖୋଜି ଆଣି ଡେବ୍ୟୁ କରାଇଥିଲା । ୨୪ ବର୍ଷୀୟ ଏହି ନବାଗତ ସ୍ପିନରଙ୍କୁ ହଠାତ୍ ରୋହିତ ଶର୍ମାଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳି ଭାବେ ମୈଦାନ ଓହ୍ଲାଇ ଦର୍ଶକଙ୍କୁ ଚକିତ କରି ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ବିଘ୍ନେଶ ଯେଉଁଭଳି ପ୍ରଦର୍ଶନ ଦେଲେ ତାହା ଥିଲା ଅବିଶ୍ୱସନୀୟ । ଚେନ୍ନାଇ ସୁପରକିଙ୍ଗ୍ସ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ପଦାର୍ପଣ କରିବା ଏବଂ ଅଧିନାୟକ ଋତୁରାଜ ଗାଏକ୍ବାଡ, ଶିବମ ଦୁବେ ଓ ଦୀପକ ହୁଡାଙ୍କ ଭଳି ୱିକେଟ୍ ନେଇ ସମସ୍ତଙ୍କ ଚର୍ଚ୍ଚାକୁ ଆସିବା ଥିଲା ବଡ଼ କଥା । ଏହି ଚାଇନାମ୍ୟାନ ବୋଲର ବିଘ୍ନେଶଙ୍କ ଘର କେରଳରେ । ତାଙ୍କ ବାପା ଜଣେ ଅଟୋ ଚାଳକ । ୧୧ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ଏ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳି ନାହାନ୍ତି । ବିଘ୍ନେଶ କେବଳ କେରଳ କ୍ରିକେଟ ଲିଗରେ ୩ଟି ମ୍ୟାଚ୍ ଖେଳି ୨ଟି ୱିକେଟ୍ ନେଇଥିଲେ । ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଟ୍ରାଏଲ୍ସରେ ଯୋଗ ଦେଇଥିଲେ । ତାଙ୍କ ପ୍ରଦର୍ଶନରେ ଇଣ୍ଡିଆନ୍ସର ଚୟନକର୍ତ୍ତା ପ୍ରଭାବିତ ହୋଇଥିଲେ ।  ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କଣିଥିଲା।

ଗତ ଦକ୍ଷିଣ ଆଫ୍ରିକା ପ୍ରିମିୟର ଟି-ଟ୍ୱେଣ୍ଟି କ୍ରିକେଟ୍ ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସ କେପଟାଉନ ଦଳର ନେଟ୍ ବୋଲର ଭାବେ ବିଘ୍ନେଶ ଯୋଗ ଦେଇଥିଲେ । ରସିଦ ଖାନଙ୍କ ସହ ଦୀର୍ଘ ସମୟ ବିତାଇଥିଲେ । ଫଳରେ ତାଙ୍କ ବୋଲିଂରେ ବହୁ ପରିବର୍ତ୍ତନ ଆସିଥିଲା । ରିଲାଏନ୍ସ ଟିମ୍ ପକ୍ଷରୁ ବିଘ୍ନେଶ ୩ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ସହ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଥିଲେ । ବିଘ୍ନେଶଙ୍କୁ ସଅଳ ସୁଯୋଗ ଦେବାକୁ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଗ୍ରହୀ ରହିଥିଲେ । ରୋହିତ, ସୂର୍ଯ୍ୟକୁମାର ଓ ତିଳକ ବର୍ମା ସମସ୍ତେ ତାଙ୍କୁ ନେଟ୍ସରେ ସାମ୍ନା କରିଥିଲେ । ଶେଷରେ ବିଘ୍ନେଶଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଥିଲା । 

ବିଘ୍ନେଶ ଆଇପିଏଲ ପଦାର୍ପଣରେ ୪ ଓଭର ବୋଲିଂ କରି ୩୨ ରନ୍ ଦେଇ ୩ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ମ୍ୟାଚ୍ ଶେଷ ହେବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ବିଘ୍ନେଶ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏମଏସଡି ତାଙ୍କ କାନ୍ଧ ଥାପୁଡ଼େଇ ପ୍ରଶଂସା କରିଥିଲେ । ଜଣେ ଅଟୋ ରିକ୍ସା ଚାଳକଙ୍କ ପୁଅ ଯିଏ କେରଳ ପାଇଁ ସିନିୟର ଲେବଲରେ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ଏକ ଲୋକାଲ ଲିଗରେ ଆଲେପି ରିପିଲ୍ସ ଟିମ୍ ପାଇଁ ଖେଳି ମୁମ୍ବାଇ ସ୍କାଉଟ୍ ନଜରରେ ପଡିଥିଲେ । ଆଉ ଏବେ ଆଇପିଏଲ ଡେବ୍ୟୁରେ ଚମକିଛନ୍ତି  । ଅଟୋ ଚାଳକଙ୍କ ଷ୍ଟାର ପୁଅ ବିଘ୍ନେଶଙ୍କୁ ନେଇ ସବୁଠି ଚର୍ଚ୍ଚା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.