ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି

Published By : Prameya | March 25, 2025 8:53 AM

ଅହମ୍ମଦାବାଦ୍‌,୨୫/୩: ଚଳିତ  ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ ଘରୋଇ  ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଭାରତୀୟ ଟି-ଟ୍ୱେଣ୍ଟି ଦଳରୁ ବାଦ ପଡ଼ିଥିବା ଦୁଇ ଷ୍ଟାର ବ୍ୟାଟର ଶୁଭମନ  ଗିଲ୍‌ ଓ ଶ୍ରେୟାସ ଆୟର ଉଭୟ ବ୍ୟାଟିଂ  ଓ ନେତୃତ୍ୱରେ ଶ୍ରେଷ୍ଠ ପ୍ରଦର୍ଶନ କରି  ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ  ଲକ୍ଷ୍ୟ ରଖିଛନ୍ତି ।  

ଆୟର ଆଇପିଏଲ୍‌ ବିଜୟୀ ଅଧିନାୟକ । ଗତ ସିଜନରେ କୋଲକାତା ନାଇଟ ରାଇଡର୍ସ ଆୟରଙ୍କ ନେତୃତ୍ୱରେ ଚାମ୍ପିଅନ୍‌ ହୋଇଥିଲା । ଏଥର ସେ ପଞ୍ଜାବ କିଙ୍ଗ୍‌ସ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି । ଗତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟା  ମୁମ୍ବାଇ ଇଣ୍ଡିଆନ୍ସ ଯିବା ପରଠୁ ଗିଲ୍‌ ଟାଇଟନ୍ସ ଦଳର ନେତୃତ୍ୱ ନେଉଛନ୍ତି । 

ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସ ସବୁଠୁ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ମନେ ହେଉଛି । ସବୁ ବିଭାଗରେ ଅଭିଜ୍ଞତା ଓ ଯୁବ ଶକ୍ତି ଭରି ରହିଛି । ଏକାଦଶର ପ୍ରତ୍ୟେକ ସ୍ଥାନ ପାଇଁ ବିକଳ୍ପ  ମହଜୁଦ ରହିଛି । ଏପରିକି କୌଣସି ଖେଳାଳି ଆହତ ହେଲେ ସେହି ସ୍ଥାନ ନେବା ପାଇଁ ଖେଳାଳି ପ୍ରସ୍ତୁତ ହୋଇ  ରହିଛନ୍ତି । ଏହା ବ୍ୟତୀତ ଏକ ଟାଇଟଲ  ବିଜୟୀ ଅଧିନାୟକ ଓ ଜଣେ ପ୍ରସିଦ୍ଧ କୋଚ୍‌  ମଧ୍ୟ ଦଳରେ ରହିଛନ୍ତି । 

ଅଧିନାୟକ-କୋଚ୍‌ ଯୋଡ଼ି ଆୟର ଓ ପଣ୍ଟିଂ ପୂର୍ବରୁ ଏକତ୍ର ଦିଲ୍ଲୀ କ୍ୟାପିଟାଲ୍ସ  ଦଳରେ କାର୍ଯ୍ୟ କରିସାରିଛନ୍ତି । ତେଣୁ  ଦଳ ଓ ରଣନୀତି ପ୍ରସ୍ତୁତ କରିବାରେ  ମତ ପ୍ରାର୍ଥକ୍ୟ ହେବା ଅସମ୍ଭବ । କେବଳ ଏକାଦଶ ଓ ଇମ୍ପାକ୍ଟ ପ୍ଲେୟାର ଚୟନ ବାକି  ରହିଛି । ତଥାପି ୪ବିଦେଶୀ ଖେଳାଳିଙ୍କୁ  ନେଇ ଡ୍ରେସିଂ ରୁମ୍‌ରେ ଜୋରଦାର  ଆଲୋଚନା ହେବ । ଗ୍ଲେନ ମ୍ୟାକ୍ସୱେଲ୍‌,  ମାର୍କସ ଷ୍ଟଇନିସ୍‌ ଓ ମାର୍କୋ ଜାନସେନ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ । ଚତୁର୍ଥ  ବିଦେଶୀ ଖେଳାଳି ସ୍ଥାନ ପାଇଁ ଲୋକି  ଫର୍ଗୁସନ, ଅଜମତୁଲ୍ଲା ଓମାରଜାଇ ଓ ଜୋସ  ଇଂଲିଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।  ଓମାରଜାଇ କିମ୍ବା ଫର୍ଗୁସନଙ୍କ ମଧ୍ୟରୁ  ଜଣେ ଏକାଦଶରେ ସ୍ଥାନ ପାଇଲେ ଜୋସ  ଇଂଲିଶ ଏକାଦଶରୁ ବାଦ ପଡ଼ିଯିବେ ।  ତାଙ୍କ ସ୍ଥାନରେ ଯୁବ ଘରୋଇ ଓପନର  ପ୍ରିୟାଂଶ ଆର୍ଯ୍ୟ ପଦାର୍ପଣ କରିବେ । 

ଟାଇଟନ୍ସ ଦଳ ୩ବର୍ଷ ମଧ୍ୟରେ  ଥରେ ଚାମ୍ପିଅନ୍‌ ଓ ଥରେ ରନର୍ସ ଅପ୍‌  ହୋଇ ସାରିଛି । ଏଥର ପୂର୍ବ ପ୍ରଦର୍ଶନକୁ  ଦୋହରାଇବାକୁ ଗିଲ୍‌ ବାହିନୀ ପ୍ରୟାସ  କରିବ । ଗତ ୩ଟି ସିଜନ ତୁଳନାରେ  ଏଥର ଓପନିଂ ଓ ପେସ୍‌ ବୋଲିଂ ବିଭାଗ  ସୁଦୃଢ ମନେ ହେଉଛି । ମାତ୍ର ମଧ୍ୟ ଭାଗ ପୂର୍ବଭଳି ଦୁର୍ବଳ ରହିଛି । ଏଥର ଡେଭିଡ୍‌  ମିଲର ନାହାନ୍ତି । କିନ୍ତୁ ଦକ୍ଷ ଓପନର ଭାବେ  ଜୋସ ବଟଲର ଦଳକୁ ଆସିଛନ୍ତି । ତେଣୁ  ଦଳର ବ୍ୟାଟିଂ ବିଭାଗ ମୁଖ୍ୟତଃ ଗିଲ୍‌  ଓ ବଟଲରଙ୍କ ପ୍ରଦର୍ଶନ ଉପରେ ନିର୍ଭର  କରିବ । ଟାଇଟନ୍ସର ପେସ୍‌ ବୋଲିଂ ବିଭାଗ  ଶକ୍ତିଶାଳୀ । କାଗିସୋ ରାବାଡ଼ା, ମହମ୍ମଦ  ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ପେସ୍‌ ବିଭାଗ ଓ  ରସିଦ ଖାନ ସ୍ପିନ ବିଭାଗ ସମ୍ଭାଳିବେ ।  

ଅହମ୍ମଦାବାଦ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି  ସମ୍ପୂର୍ଣ୍ଣ ମ୍ୟାଚ୍‌ ଫ୍ଲଡ ଲାଇଟ୍‌ ତଳେ  ଖେଳାଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ  ସହଜ ହେବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌  (ଅଧିନାୟକ), ଜୋସ ବଟଲର, ସାଇ  ସୁଦର୍ଶନ, ଗ୍ଲେନ ଫିଲିପ୍ସ, ଶାହରୁଖ ଖାନ,  ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ,  ରସିଦ ଖାନ, ଆର ସାଇ କିଶୋର,  କାଗିସୋ ରାବାଡା, ମହମ୍ମଦ ସିରାଜ,  ପ୍ରସିଦ୍ଧ କ୍ରିଷ୍ଣା । 

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ  ସିଂହ, ଜୋସ ଇଂଲିଶ/ପ୍ରିୟାଂଶ ଆର୍ଯ୍ୟ,  ଶ୍ରେୟାସ ଆୟର (ଅଧିନାୟକ),  ଗ୍ଲେନ ମ୍ୟାକ୍ସୱେଲ୍‌, ନେହାଲ ୱଧେରା,  ମାର୍କସ ଷ୍ଟଇନିସ୍‌, ଶଶାଙ୍କ ସିଂହ,  ମାର୍କୋ ଜାନସେନ, ହରପ୍ରୀତ ବ୍ରାର,  ବିଜୟକୁମାର ବୈଶାଖ, ଅର୍ଶଦୀପ ସିଂହ,  ୟୁଝବେନ୍ଦ୍ର ଚହଲ ।

ମୈଦାନରେ ଆଶୁତୋଷ ଶର୍ମାଙ୍କ ଦର୍ଶନୀୟ ପ୍ରଦର୍ଶନ; ରୋମାଞ୍ଚକର ମୁକାବିଲାରେ ଲକ୍ଷୌ ଠାରୁ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.