ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ରତ୍ନଭଣ୍ଡାର କେଉଁ ତାରିଖରେ ଖୋଲାଯିବ ୬ ରେ କମିଟି ନେବ ନିଷ୍ପତ୍ତି : ଆଇନ ମନ୍ତ୍ରୀ

ଭୁବନେଶ୍ବର,୪।୭ :   ରତ୍ନଭଣ୍ଡାର ‌ଖୋଲିବା ନିଷ୍ପତ୍ତି ଆସନ୍ତା  ୬ରେ ନିଆଯିବ। କେଉଁ ତାରିଖରେ ଖୋଲାଯିବ କମିଟି ନେବ ନିଷ୍ପତ୍ତି । ଏଥିପାଇଁ ୧୬  ଜଣିଆ କମିଟି   ଗଠନ କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି।

ରତ୍ନଭଣ୍ଡାରକୁ ନେଇ ବିଚାରବିମର୍ଶ ପରେ  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଖୁବ୍ ଶୀଘ୍ର ଖୋଲାଯିବ। ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲୁଛି । ଏଣୁ ଏକ ଦକ୍ଷ କମିଟି ଏଥିପାଇଁ କାର୍ଯ୍ୟ କରିବ । ଏଥିପାଇଁ ୧୬ ଜଣିଆ କମିଟି ଗଠନ ହୋଇଛି ।ଜଷ୍ଟିସ ବିଶ୍ବନାଥ ରଥ  ଏହି କମିଟିରେ ଅଧ୍ୟକ୍ଷତା କରିବେ । ଆସନ୍ତା ୬ ତାରିଖରେ ଏହି କମିଟିର ବୈଠକ ହେବ। ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବ ବୈଠକ। ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ କିପରି ହେବ , ସେନେଇ ଆଲୋଚନା ହେବ। ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁଯାୟୀ ଖୋଲାଯିବ  । ମହାପ୍ରଭୁ ମନ୍ଦିରରେ ନଥିବା ସମୟ ମଧ୍ୟରେ ଖୋଲିବ ରତ୍ନ ଭଣ୍ଡାର। ଅଳଙ୍କାର ମାନ ପରୀକ୍ଷଣ ନେଇ କମିଟି ନିଷ୍ପତ୍ତି ନେବେ ।  କମିଟିର ନିଷ୍ପତ୍ତି ନେଇ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ। ମରାମତି ଓ ଗଣନା କାର୍ଯ୍ୟ ନିର୍ଧାରଣ କରିବ କମିଟି ବୋଲି ଆଇନ  ମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.