ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୋଖରୀରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି,୮/୧୦: ପୋଖରୀ ଭିତରୁ ହାତୀ ଛୁଆର ମୃତ ଦେହ ଉଦ୍ଧାର। ତିନି-ଚାରି ଦିନ ପୁର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ଏହି ଘଟଣା ଘଟିଯାଇଛି।

ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ  ପୋଖରୀକୁ ଯାଇଥିବା ବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତ ଦେହ ଦେଖିବାକୁ ପାଇଥିଲେ। ଖବର ପାଇ ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ହାତୀ ଛୁଆର ବୟସ ଦୁଇ - ତିନି ମାସ ହେବ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.