ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୁଣି ବଡମ୍ବା ରେଞ୍ଜରେ ହାତୀର ଗଳିତ ମୃତଦେହ ଉଦ୍ଧାର

Published By : Prameya | February 6, 2025 8:48 PM

ଆଠଗଡ଼, ୬।୫ :  ପୁଣି ବଡମ୍ବା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଉଦ୍ଧାର । ବଡମ୍ବା ରେଞ୍ଜ ଅରଣ୍ଡା ବିଟ୍ ହଳଦିଆ ଶ୍ରେଣୀ ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ ୪ ରେ ଗୋଟିଏ ମାଇ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ମାଈ ହାତୀର ବୟସ ୫ରୁ ୭ ବର୍ଷ ହେବ । ହାତୀ ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା।

ସେହିପରି ଗତ ୪ ତାରିଖରେ ନୂଆଗଡ ସେକ୍ସନ ଚତରାପଦା ବିଟ୍‌ରେ ଏକ ହାତୀର ଗଳିତ ମୃତଦେହ ବନବିଭାଗ ଉଦ୍ଧାର କରିଥିଲା । ହାତୀଟିର ବୟସ ୪ରୁ ୫ ବର୍ଷ ହେବ । ସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଥିଲେ। ହାତୀ ମୃତଦେହରୁ ୨ ଇଞ୍ଚର ଦାନ୍ତ ବନବିଭାଗ ଜବତ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.