ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଚାଷ ଜମିରୁ ଦମ୍ପତିଙ୍କ ମୃତଦେହ ମିଳିବା ଘଟଣା, ହତ୍ୟା ସନ୍ଦେହ

Published By : Prameya | February 10, 2025 11:10 AM

ଭୁବନେଶ୍ଵର, ୧୦/୦୨ : ବଲାଙ୍ଗୀର ସଇଁନ୍ତଳା ଥାନା କେଓମାଲରେ ଚାଷ ଜମିରୁ ସ୍ଵାମୀ-ସ୍ତ୍ରୀଙ୍କ ମୃତଦେହ ମିଳିବା ଘଟଣା। ରହସ୍ୟ ଘେରରେ ଦମ୍ପତିଙ୍କ ମୃତ୍ୟୁ। ସ୍ଵାମୀ-ସ୍ତ୍ରୀ ଦୁହେଁ ମିଶି ଆତ୍ମହତ୍ୟା କରିଦେଲେ ନା ମାରି ଟାଙ୍ଗିଦେଲେ ? ବଢିଲା ସନ୍ଦେହ। ଘଟଣାକୁ ନେଇ ପୋଲିସର ଛାନଭିନ୍ ଜାରି। ସେପଟେ ପୁଅବୋହୂଙ୍କ ମୃତ୍ୟୁ ଖବର ଶୁଣି ହାଇଦ୍ରାବାଦରୁ ଫେରୁଛନ୍ତି ଦାଦନ ଖଟିବାକୁ ଯାଇଥିବା ପରିବାର। 

ସୂଚନାନୁଯାୟୀ, ରବିବାର ବଲାଙ୍ଗୀର ସଇଁନ୍ତଳା ଥାନା କେଓମାଲରେ ଏକ ଚାଷ ଜମିରୁ ଗାଁର ଆକାଶ ଧରୁଆ ଓ ତାଙ୍କ ପତ୍ନୀ ମହିମା ଧରୁଆଙ୍କ ମୃତଦେହ ଉଦ୍ଧାର ହୋଇଛି। ଆକାଶଙ୍କ ମୃତଦେହ ଚାଷ ଜମିରେ ଥିବା ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ମହିମାଙ୍କ ମୃତଦେହ ଆମ୍ବଗଛ ତଳୁ ଉଦ୍ଧାର ହୋଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା ବଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଭୟ ସ୍ଵାମୀ-ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ଛାନଭିନ୍ କରୁଛି। ସେପଟେ ଆକାଶ ଧରୁଆଙ୍କ ପରିବାର ଲୋକେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ପୁଅ-ବୋହୂଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। 

ଏହି ଖବରଟିକୁ ପଢନ୍ତୁ-ଅନୁଗୁଳରେ ପାଗଳ କୁକୁର ଆତଙ୍କ, ଯାହାକୁ ପାରିଲା ଗୋଡ଼େଇ ଗୋଡ଼େଇ ଝୁଣିଲା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.