ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିବାହର ୩ ମିନିଟ୍‌ ପରେ ବର କରିଦେଲେ ଏମିତି ଭୁଲ୍‌ଟେ, ତୁରନ୍ତ ଛାଡ଼ପତ୍ର ଦେଇ ଦେଲେ କନ୍ୟା !

ନୂଆଦିଲ୍ଲୀ : କୁହାଯାଏ ବାହାଘର ଏକ ପବିତ୍ର ବନ୍ଧନ । ଏକ ଅପୂର୍ଣ୍ଣ ମିଳନର ପର୍ବ। ଯେଉଁଠୁ ଦୁଇଟି ହୃଦୟ ଗୋଟିଏ ହୁଏ। ସଂପର୍କ ଯୋଡ଼ି ହୋଇଯାଏ ଜନ୍ମଜନ୍ମାନ୍ତର। ଏହି ନିଆରା ସଂପର୍କକୁ ସାଇତିବାରେ , ଏହି ସଂପର୍କକୁ ବଳିଷ୍ଠ କରିବାରେ ସାରା ଜୀବନ ଲାଗିଯାଏ , ହେଲେ ଭାଙ୍ଗିବାକୁ ମାତ୍ର ମୁହୂର୍ତ୍ତଟିଏ ବି ଲାଗି ନଥାଏ। ଏମିତି ହିଁ ଏକ ଘଟଣା କୁଏତରେ ଘଟିଛି। ଏଠାରେ ଯୁବକ-ଯୁବତୀ ପରସ୍ପରକୁ ବିବାହ କରିବାର ୩ ମିନିଟ୍‌ ହୋଇଥିଲା ଏବଂ ସେମାନେ ହସଖୁସିରେ ଘରକୁ ଯାଉଥିଲେ। ସେତେବେଳେ ବରର ପାଟିରୁ ଏମିତି ଏକ କଥା ବାହାରି ଆସିଲା , ଯେଉଁଥିରେ କନ୍ୟା ପୂରା ଫିଡ଼ିକି ଗଲେ। ଆଉ ସିଧା ରେଜିଷ୍ଟ୍ରାରଙ୍କ ପାଖରେ ପହଞ୍ଚି ଗଲେ, ଏହା ସେହି ସ୍ଥାନ ଥିଲା , ଯେଉଁଠି କିଛି ସମୟ ପୂର୍ବେ ତାଙ୍କର ବିବାହ ହୋଇଥିଲା। ସେ ଆଉ କାଳ ବିଳମ୍ୱ ନକରି ନିଜର ବାହାଘରକୁ ଭାଙ୍ଗି ଦେଲେ। 

କୁଏତରେ ୩ ମିନିଟ୍‌ର ଏହି ବାହାଘର ପୁଣି ଥରେ ଚର୍ଚ୍ଚା ସାଉଁଟିଛି। ଇଣ୍ଡିପେଣ୍ଡେଣ୍ଟସ ଇଣ୍ଡିର ଏକ ରିପୋର୍ଟ ଅନୁସାରେ, ଦମ୍ପତି ବିବାହ କରିବାର ୩ ମିନିଟ୍‌ ଭିତରେ ହିଁ ତଲାକ୍ ନେଇ ଥିଲେ। ଉଲ୍ଲେଖନୀୟ ଯେ ବରର ଏହି କଥାରେ କନ୍ୟା ଖୁବ୍‌ ଆଘାତ ପାଇଥିଲେ ଏବଂ ସେ ତୁରନ୍ତ ସବୁଦିନ ପାଇଁ ସଂପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଗଲେ।

ପୂରା ଘଟଣାଟି ଏମିତି - 

ଘଟଣାଟି ୨୦୧୯ ମସିହାରେ ଘଟିଥିଲା। ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଏବେ ଭାଇରାଲ ହେଉଛି। ମାମଲାଟି ଏମିତି ଥିଲା। କୋର୍ଟ ମ୍ୟାରେଜ୍‌ର ଔପଚାରିକତା ପରେ ଦୁହେଁ(ବର-କନ୍ୟା) କୋର୍ଟରୁ ବାହାରକୁ ଆସୁଥିଲେ। ସେତେବେଳେ କନ୍ୟା ତଳେ ଖସି ପଡ଼ିଲେ। ମେଟ୍ରୋର ରିପୋର୍ଟ ଅନୁସାରେ , କନ୍ୟା ଏମିତି ତଳେ ପଡ଼ି ଯିବାକୁ ନେଇ ବର ସଙ୍ଗେ ସଙ୍ଗେ ଥଟ୍ଟା କରି ହସି ଥିଲେ। ଆଉ ମୁର୍ଖ ବୋଲି କହି ଦେଇ ଥିଲେ। ଏହା ଶୁଣି କନ୍ୟାଙ୍କର ରାଗ ପଞ୍ଚମକୁ ଚଢିଗଲା। ତୁରନ୍ତ ସେ ବାହାଘରକୁ ରଦ୍ଦ କରିବାକୁ ବିଚାରପତିଙ୍କୁ କହି ଥିଲେ। ବିଚାରପତି ବି ତାଙ୍କ କଥାକୁ ସ୍ୱୀକାର କରି ବାହାଘରର ୩ ମିନିଟ୍‌ ପରେ ବିବାହକୁ ରଦ୍ଦ କରିଦେଲେ। ଏହା ଦେଶର ଇତିହାସରେ ସବୁଠୁ ଅଳ୍ପ ଅବଧିର ବିବାହ ଭାବେ କୁହାଯାଉଛି।

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି ଏକ୍ସ ୟୁଜର କହିଛନ୍ତି , ମୁଁ ଏକ ବାହାଘରକୁ ଯାଇଥିଲି , ଯେଉଁଠି ବର ନିଜର ପତ୍ନୀଙ୍କର ଥଟ୍ଟା ପରିହାସ କଲେ। ଏହାପରେ ମହିଳା ଜଣଙ୍କ ତାହା କରିବାର ଥିଲା , ଯାହା ସେ କଲେ । ଆଉ ଜଣେ ଲେଖିଛନ୍ତି , ଯେଉଁ ବାହାଘରରେ ସମ୍ମାନ ଦିଆଯାଏ ନାହିଁ , ତାହା କେବେ ସଫଳ ହୋଇ ନଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.