ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ଚାଷୀଙ୍କୁ ରୋଜଗାର ଦେଇଛି ତରଭୁଜ ଚାଷ, କ୍ଷେତ ପରିଦର୍ଶନ କଲେ ଜିଲ୍ଲାପାଳ

Published By : Prameya | February 24, 2025 10:34 PM

ମାଲକାନଗିରି,୨୪।୨(ଆପ୍ର): ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ଦ୍ଵାରା ହୋଇଥିବା ତରଭୁଜ କ୍ଷେତ ପରିଦର୍ଶନ କରିଛନ୍ତି। ମାଲକାନଗିରି ବ୍ଲକର ଗୌଡ଼ଗୁଡା ପଞ୍ଚାୟତ ଜୟରାମଗୁଡ଼ାରେ ୪୦ ଏକର ଜମିରେ ଚାଷ କରାଯାଇଥିବା ତରଭୁଜ ଚାଷ ପରିଦର୍ଶନ ସହ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। 

ମାଲକାନଗିରି ଆଇଟିଡିଏ ପକ୍ଷରୁ ହିତାଧିକାରୀଙ୍କୁ ବିହନ, ଜୈବିକ ସାର, କୀଟନାଶକ ଔଷଧ, ଅଣୁ ସାର ଆଦି ମାଗଣାରେ ପ୍ରଦାନ କରାଯାଇଥିଲା ଏବଂ ଅତ୍ୟାଧୁନିକ ଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳଙ୍କୁ କହିଥିଲେ।  ବର୍ଷତମାମ ଚାଷ କରିବା ଏବଂ ଏହାର ସୁରକ୍ଷା ପାଇଁ ବାଡ଼ର ସହାୟତା ନିମନ୍ତେ ହିତାଧୂକାରୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ମନରେଗା ମାଧ୍ୟମରେ ଏହି ବାଡ଼ ପ୍ରଦାନ କରିବା ପାଇଁ ପ୍ରକଳ୍ପ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୪ ଟି ଗ୍ରାମକୁ ନେଇ ଏକ ଜନଜାତି ଜୀବିକା ପରିଷଦ ଗଠନ କରାଯାଇଛି। ଏହି ଗ୍ରାମଗୁଡ଼ିକ ହେଲା ଜୟରାମଗୁଡ଼ା, ମାସାଗୁଡ଼ା, ଟେକଗୁଡ଼ା, କାଲାଗୁଡ଼ା। ମୋଟ୍ ୧୦୪ ଏକର ଜମିରେ ତରଭୁଜ, ପିଆଜ, କଲରା ଭଳି ଅନେକ ଚାଷ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ତ‌ଥା ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟୋଧନ ଭୋଇ, ପ୍ରକଳ୍ପ ପରିଚାଳକ ବିଶ୍ବନାଥ ମିଶ୍ର, ବିଶେଷଜ୍ଞ ଜଗନ୍ନାଥ ଖିଲ, ବିଶେଷଜ୍ଞ ପ୍ରେମ ନାରାୟଣ ମହାନ୍ତି ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.