ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହିଳାଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ ହତ୍ୟା, ଯୁବକ ଅଟକ

Published By : Prameya | February 20, 2025 9:55 PM

ମାଲକାନଗିରି/କାଲିମେଳା, ୨୦/୨(ଆପ୍ର ): ଘରେ ପଶି ଜଣେ ଆଦିବାସୀ ମହିଳାଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ ହତ୍ୟା  । ମାଲକାନଗିର ଜିଲ୍ଲା କାଲିମେଳା ଥାନାସ୍ଥ ଏକ ଗ୍ରାମରେ  ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଲିମେଟଲା ଗ୍ରାମର ଭିମା ପଡ଼ିଆମିଙ୍କୁ ଅଟକ ରଖିଛି । ମହିଳା ଜଣକ ଘରେ ଏକୁଟିଆ ଥିବା ସୁଯୋଗ ନେଇ ବୁଧବାର ଭିମା ପଡ଼ିଆମି ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

ମିଳିଥିବା ସୂଚନା ଅନୁଯାୟୀ ପୁଲିମେଟଲା ଗ୍ରାମ ଭିମା ପଡ଼ିଆମି ଓ  ମହିଳା  ଉଭୟ ମିଶି ବୁଧବାର  ସକାଳେ ପୁଲିମେଟଳ ଗ୍ରାମକୁ ଯାଇଥିଲେ । ସେଠାରୁ  ମହିଳାଙ୍କ ଘରକୁ ଫେରିଥିଲେ।ଘରେ ଉଭୟ ବସି ପ୍ରଚୁର ମଦ୍ୟପାନ କରିଥିଲେ । ତେବେ କିଛି ସମୟ ପରେ ମହିଳା ଜଣକ ଉଲଗ୍ନ ଅବସ୍ଥା ଘରେ ପଡିଥିଲେ। ଏହା  ଦେଖି  ମହିଳାଙ୍କ ଭଉଣୀ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।  ଘର ଭିତରେ ନିଶାଶକ୍ତ ଅବସ୍ଥାରେ ବସି ଥ‌ିବା ଭିମା ପଡ଼ିଆମିଙ୍କୁ ଗ୍ରାମବାସୀ ଦେଖି ତାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରି କାଲିମେଳା ଥାନରେ ଅଟକ ରଖ୍ ପଚରାଉଚରା କରୁଛି । ପୁଲିସ ପକ୍ଷରୁ  ଘଟଣାର ତଦନ୍ତ  କରାଯାଉଛି। ପ୍ରକାଶ ଥାଉ କି ଉକ୍ତ ମହିଳାଙ୍କ ୧୦ବର୍ଷ ର ପୁଅ ଥିବା ବେଳେ ସ୍ବାମୀ ଦାଦନ ଖଟିବାକୁ ଆନ୍ଧ୍ରକୁ ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.