ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

୪୩ କେଜି ଗଞ୍ଜେଇ ସହ ୨ ବାଇକ ଜବତ, ୪ ଗିରଫ

Published By : Prameya | February 20, 2025 8:12 PM

ମାଲକାନଗିରି, ୨୦/୨ : ମାଲକାନଗିରି  ଥାନାସ୍ଥ ଚାଲାଣଗୁଡା ଛକ ନିକଟରେ ଚଢାଉ କରି ମାଲକାନଗିରି ଅବକାରୀ ପୋଲିସ ୪୩ କେଜି ଗଞ୍ଜେଇ ସହ ୨ଟି ବାଇକ ଜବତ କରଛି। ଏଥିସହ ୪ ଜଣଙ୍କୁ ଗିରଫ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗିରଫ ବ୍ୟକ୍ତିମାନେ ହେଲେ ବସ୍ତର ଜିଲ୍ଲାର ଟେନିସ ବେଗେଲ, ଦୀପେସ କ୍ୟାଶପ, ନାଗେଶ ୟାଦବ, ପୁଷ୍ପ ରାଜ ବେଟି ।

ମାଲକାନଗିରି  ଥାନାସ୍ଥ ଚାଲାଣଗୁଡା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଟିମ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ଏହି  ସମୟରେ ମାଲକାନଗିରି ରୁ ଛତିଶଗଡ଼ ଅଭିମୁଖେ ୨ଟି ମୋଟର ସାଇକେଲ ଯାଉଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ।   ୪୩କେଜି ଗଞ୍ଜେଇ ଓ ୨ ଟି ବାଇକ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ  କରିଥିଲେ । ଏହି ଗଞ୍ଜେଇ ଛତିଶଗଡ ନିଆଯାଉଥିବା ବୋଲି ଅଭିଯୁକ୍ତମାନେ କହିଛନ୍ତି।ଏହି ଚଢାଉରେ ଅବକାରୀ ବିଭାଗ ଡିଏସଇ ଟଙ୍କଧର ଭୋଇ,ଏସଆଇ ଅଶେଷ କୁମାର ନାୟକ, ଜ୍ଞାନରଞ୍ଜନ ସାହୁ,ପ୍ରଦୀପ ନାୟକ, ପାଣ୍ଡଵ ଟୁଡୁ ପ୍ରମୁଖ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.