ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଶ୍ମଶାନ ଯିବା ରାସ୍ତାରେ ନଥିଲା ପୋଲ, ପ୍ରଶାସନକୁ ଅପେକ୍ଷା ନକରି ନିଜେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ...

Published By : Prameya | February 17, 2025 10:01 PM

ମାଲକାନଗିରି, ୧୭।୨(ଆପ୍ର): ଗାଁ ଶ୍ମଶାନ ଯିବା ରାସ୍ତାରେ ପୋଲ ନଥିବାରୁ ବର୍ଷା ଦିନେ ଉପୁଜୁଥିଲା ସମସ୍ୟା । ପ୍ରଶାସନକୁ ଗୁହାରି କରି ନିରାଶ ହେବା ପରେ କାହାରି ସାହାଯ୍ୟ କୁ ଅପେକ୍ଷା ନକରି ନିଜେ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ଆଦିବାସୀ ଗ୍ରାମବାସୀ। କୁହାଯାଏ ମୃତ୍ୟୁ ପରେ ମଣିଷ ମର ଶରୀରକୁ ନୀତି ନିୟମ ଅନୁଯାୟୀ ଦାହ ତଥା ଅନ୍ତିମ ସଂସ୍କାର କଲେ ଆତ୍ମାକୁ ମୁକ୍ତି ମିଳିଥାଏ। ଆଉ ଏହି ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ହୋଇଥାଏ ମସାଣିର। ମୃତ୍ୟୁ ପରେ ପ୍ରତି ମନୁଷ୍ୟ ଶରୀରକୁ ମଶାଣିକୁ ନେଇ ସେଠାରେ ଶେଷ କୃତ୍ୟ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ କିନ୍ତୁ ଏମିତି ଏକ ଗ୍ରାମ ରହିଛି ଯେଉଁଠି ଲୋକଙ୍କୁ ମସାଣିକୁ ଯିବାକୁ ଭଲ ରାସ୍ତା ଟିଏ ନାହି । ବର୍ଷ ବର୍ଷ ଧରି ଲୋକେ ଶ୍ମଶାନକୁ ଯିବାକୁ ହେଲେ ବଡ ବଡ ଗର୍ତ୍ତ ଓ ନାଳ ଦେଇ ଶବ ବୋହି ନେଉଛନ୍ତି । ଯାହାକି ଲୋକଙ୍କ ପାଇଁ ଅନେକ ସମସ୍ଯା ସୃଷ୍ଟି କରୁଛି । ଏନେଇ କେହି କର୍ଣ୍ଣପାତ ନକକରିବାରୁ ଲୋକେ ବାଧ୍ୟ ହୋଇ ନିଜେ ଶ୍ରମ ଦାନ କରି ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । କିଛି ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସେରପାଲି ପଞ୍ଚାୟତ ଅନ୍ତର୍ଗତ ପଦରାପାଲି ଗ୍ରାମରୁ। 

ଏହି ଗ୍ରାମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନ ନେଇ ଯିବା ବେଳେ ରାସ୍ତାରେ ଏକ ବଡ ନାଳ ସହ ଗର୍ତ୍ତ ରହିଥିବା ଯୋଗୁଁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଯେଉଁ ଗର୍ତ୍ତ ଉପରେ ପୋଲ ନଥିବାରୁ ଶବ ବୋହି ଶ୍ମଶାନ ଯିବାକୁ ଲୋକଙ୍କୁ ଅସୁବିଧା ହେଉଥିବା ବେଳେ ଏନେଇ ଅନେକ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ନିଜସ୍ୱ ଚେଷ୍ଟାରେ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି l ଗ୍ରାମବାସୀ ମାନେ ନିଜେ ଶ୍ରମ ଦାନ କରି କାଠ, ପଥର ଦେଇ ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ତୁରନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.