ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଲାଲ୍ ବାହିନୀକୁ ଝଟକା, ଆତ୍ମସମର୍ପଣ କଲେ ୧୯ଜଣ ମାଓବାଦୀ

Published By : prameya | February 13, 2025 2:59 PM

ଭୁବନେଶ୍ବର,୧୩/୦୨: ମାଓମୁକ୍ତ ଭାରତ ଗଠନ କରିବା ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଭୟଭୀତ ମାଓ ସଂଗଠନ । ଜଙ୍ଗଲ ଭିତରେ ମୁଣ୍ଡ ଗୁଞ୍ଜିବାକୁ ଆଉ ଜାଗା ପାଉନଥିବା ଲାଲ୍ ବାହିନୀ ଏବେ ଜୀବନ ବଞ୍ଚାଇବା ପାଇଁ ତେଲେଙ୍ଗାନା ପୋଲିସ ପାଖରେ  କରିଛନ୍ତି ଆତ୍ମସମର୍ପଣ । ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲା ଏସପି ଓ ସିଆରପିଏଫ କମାଣ୍ଡେଣ୍ଟଙ୍କ ପାଖରେ ୧୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।


ସେହିପରି ଏମାନଙ୍କ ମଧ୍ୟରେ ୪ ଜଣ ସକ୍ରିୟ DVCM ମେମ୍ବର ରହିଛନ୍ତି  । ଯାହାଙ୍କ ମୁଣ୍ଡ ଉପରେ ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ତେଲେଙ୍ଗାନା ସରକାର । ଏହା ସହ ୬ ଜଣ ଏସିଏମ ମେମ୍ବର ରହିଛନ୍ତି ଯେଉଁମାନଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୧୯ ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର, ଦନ୍ତେୱାଡା ଓ ସୁକୁମା ଜିଲ୍ଲାର ବୋଲି ଭଦ୍ରାଦ୍ରୀ କୋତ୍ତାଗୂଡେମ ଏସପି କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.