ସୁନ୍ଦରଗଡ଼, ୦୬/୦୨ : ଚା' ଏବଂ ପାନ ଦୋକାନୀଙ୍କୁ ଟାଉନ ଥାନା ଅଧିକାରୀଙ୍କ କଡ଼ା ତାଗିଦ୍। ରାତି ଅଧ ଯାଏଁ ଦୋକାନ ଖୋଲିବା ମନା। ରାତି ୧୦ଟାରେ ଦୋକାନ ବନ୍ଦ କର, ନହେଲେ କାର୍ଯ୍ୟାନୁଷ୍ଠାନ। ସୁନ୍ଦରଗଡ଼ ପୌରପାଳିକାରେ ଥିବା ଚା' ଏବଂ ପାନ ଦୋକାନୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଟାଉନ ଥାନା ଅଧିକାରୀ।
ଏହି ଖବରଟିକୁ ପଢନ୍ତୁ-ଦାଦନ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ... କ୍ରସର କମ୍ପାନୀରେ କାମ କରିବା ବେଳେ ଆଦିବାସୀ ଯୁବକଙ୍କ ମୃତ୍ୟୁ
ସୂଚନାନୁଯାୟୀ, ସୁନ୍ଦରଗଡ଼ ସହରର ବିଭିନ୍ନ ଛକରେ ରାତି ଅଧଯାଏଁ ଚା' ଏବଂ ପାନ ଦୋକାନ ଖୋଲା ରହୁଛି। ଏଥିଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଅସାମାଜିକମାନେ ଏଠାରେ ଆଡ୍ଡା ଜମାଉଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଏକାଠି ହୋଇ ବିଭିନ୍ନ ଅପରାଧ ଘଟାଇବାକୁ ମାଷ୍ଟର ପ୍ଲାନ କରୁଛନ୍ତି। ତେଣୁ ରାତି ୧୦ଟା ହେଲେ ଦୋକାନ ବନ୍ଦ କରିବାକୁ ଟାଉନ ଥାନା ଅଧିକାରୀ ନୋଟିସ ଜାରି କରିଛନ୍ତି। ସୁନ୍ଦରଗଡ଼ରେ କିଛି ଦିନ ହେବ ଚୋରି, ଲୁଟ୍ ଏବଂ ଡକାୟତି ଘଟଣା ବଢୁଥିବାରୁ ଥାନା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।