ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦାଦନ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ... କ୍ରସର କମ୍ପାନୀରେ କାମ କରିବା ବେଳେ ଆଦିବାସୀ ଯୁବକଙ୍କ ମୃତ୍ୟୁ

Published By : Rasmita Pradhan | February 6, 2025 1:01 PM

ଭୁବନେଶ୍ଵର, ୦୬/୦୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ସରୁନି ଦାଦନ ଦୁଃଖ। ବଢୁଛି ଦାଦନ ଯନ୍ତ୍ରଣା, ଅକାଳରେ ଚାଲି ଯାଉଛି ଜୀବନ। ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ପର୍ଡାକିଆ ଗ୍ରାମରେ ଦେଖିବାକୁ ମିଳିଛି ଏହାର ଆଉ ଏକ ଉଦାହରଣ। ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ବାହାର ରାଜ୍ୟରେ ରହି କମ୍ପାନୀରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଆଜି ତାଙ୍କର ମୃତଦେହ ଗାଁକୁ ଫେରିଛି। ଘରର ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। 

ସୂଚନାନୁଯାୟୀ, ଗତ ସେପ୍ଟେମ୍ଵର ମାସରେ ପର୍ଡାକିଆ ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ (୨୫ ବର୍ଷ) ତ୍ରିଶୂରା ଜିଲ୍ଲା ଅଟପାଲମ କ୍ରସର କମ୍ପାନୀରେ କାମ କରିବାକୁ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ଯାଇଥିଲେ। କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ହେରଦ ପଥର ଗୁଣ୍ଡରେ ପୋତି ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ହେରଦଙ୍କ ଶବ ବ୍ୟବଚ୍ଛେଦ କରାଯାଇ କମ୍ପାନୀ ପକ୍ଷରୁ ଏକ ଆମ୍ଵୁଲାନ୍ସ ଯୋଗେ ମୃତଦେହ ପଠାଯାଇଛି। ଗାଁରେ ହେରଦଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଘରେ ତାଙ୍କର ବୁଢା ବାପା-ମାଙ୍କ ସହ ପତ୍ନୀ ଏବଂ ୪ ବର୍ଷର କୁନି ପୁଅ ଅଛି। ହେରଦଙ୍କ ପରେ ତାଙ୍କ ପରିବାର କିଭଳି ଚଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଚୋରା କୋଇଲା ଡିପୋରେ ଚଢ଼ାଉ, ୧୪ ମାଫିଆ ଅଟକ

ଗାଁରେ କାମ ନମିଳିବାରୁ ଏଭଳି ବହୁ ଯୁବକ ବାହାର ରାଜ୍ୟରେ ରହି କାମ କରୁଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ପାଖାପାଖି ୩୦ରୁ ଉର୍ଦ୍ଧ୍ଵ ଯୁବକ ବିଭିନ୍ନ ରାଜ୍ୟରେ ରହି କାମ କରୁଛନ୍ତି। ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.