ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ସରକାରୀ ଜାଗାକୁ ନେଇ ଗୋଷ୍ଠି ସଂଘର୍ଷ, ୧୧ ଆହତ

ରାଇଘର, ୧୫/୬ : ସରକାରୀ ଜାଗାକୁ ନେଇ ଗୋଷ୍ଠି ସଂଘର୍ଷ। ପ୍ରାୟ ଏକ ବର୍ଷ ଧରି ଜମିଜମାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଥିବା ବେଳେ ସ୍ଥାନୀୟ ପୁଲିସ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ବାରମ୍ବାର ସମାଧାନ କରିବାକୁ ଯାଇ ଫେଲ୍ ମାରିଥିବା ବେଳେ ଏହିି ଘଟଣାର ପୁନରାବୃତ୍ତି ହୋଇଛି। ସେହି ଘଟଣାରେ ପୁଣି ଥରେ ଉଭୟ ଦଳ ପକ୍ଷରୁ ରକ୍ତାକ୍ତ ସଂଘର୍ଷ ହୋଇ ପ୍ରାୟ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଅବସ୍ଥାରେ ରାଇଘର ଓ ଉମରକୋଟ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି।           

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ହାତୀବେନା ଡିଏନକେ ଗ୍ରାମରେ ପ୍ରାୟ ଏକ ବର୍ଷ ଧରି ଏକ ସରକାରୀ ଜମିରେ ବସବାସ କରୁଥିବା ଏକ ଗୋଷ୍ଠୀ ସହିତ କିଛି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ସେଠାରେ ବସବାସ କରୁଥିବା ପରିବାର ଲୋକଙ୍କୁ ହଟାଇବାକୁ ଯାଇ ଏହି ବିବାଦ ଚାଲିଥିବା ବେଳେ ଦୁଇ ଗୋଷ୍ଠି ପକ୍ଷରୁ ସେହି ସମୟରେ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଥି ସହିତ ଘଟଣାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ, ରାଇଘର ତହସିଲଦାର ଓ ପୁଲିସ ପ୍ରଶାସନ ମଧ୍ୟ ହାତୀବେନା (ଡିଏନକେ) ଗ୍ରାମକୁ ଯାଇ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ତଥାପି କୌଣସି ସମାଧାନର ବାଟ ଫିଟିନଥିଲା। ଗତକାଲି ପୁଣି ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଛି। ଉଭୟଦଳ ପକ୍ଷରୁ ରକ୍ତାକ୍ତ ସଂଘର୍ଷ ହୋଇ ରାଇଘର ମେଡିକାଲରେ ଭର୍ତି ହୋଇଥିବା ବେଳେ ମେଡିକାଲ ଭିତରେ ମଧ୍ୟ ପୋଲିସ ସମ୍ମୁଖରେ ଉଭୟ ଗୋଷ୍ଠି ମାରପିଟ ହୋଇଥିଲେ। କିଛି ଗୁରୁତରଙ୍କୁ ଉମରକୋଟ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ  ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.