ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ବ୍ୟାଙ୍କର ମାଟି କିଣିବାକୁ ଲୋକଙ୍କ ଲମ୍ୱା ଲାଇନ୍, ଗୋଟିଏ ପ୍ୟାକେଟ୍‌ର ଦାମ୍…

Published By : Prameya | March 15, 2025 7:06 PM

ନୂଆଦିଲ୍ଲୀ, ୧୫।୩: ସାଧାରଣତଃ ଆମେ ବ୍ୟାଙ୍କରେ ଟଙ୍କା ରଖିଥାନ୍ତି । ଏଥିସହ ଆବଶ୍ୟକ ବେଳେ ତାକୁ ବାହାର କରିଥାନ୍ତି । ଆଉ କିଛି ସମୟରେ ବ୍ୟକ୍ତି ବ୍ୟାଙ୍କରୁ ଋଣ ବି ଆଣିଥାନ୍ତି । କିନ୍ତୁ, ବ୍ୟାଙ୍କର ମାଟି ବିକ୍ରି ହେଉଥିବା ଖବର ଆପଣ ଶୁଣିଛନ୍ତି କି ? ତେବେ ଚୀନର କେତେକ ସହରରେ ବ୍ୟାଙ୍କର ମାଟି ବିକ୍ରି ହେବା ଚର୍ଚ୍ଚାର ବିଷୟ ପାଲଟିଛି । କେତେକ ଦୋକାନରେ ବ୍ୟାଙ୍କର ମାଟି ବିକ୍ରି ହେଉଥିବା ବେଳେ ସବୁଠାରୁ ବଡ଼ ପ୍ୟାକେଟର ଦାମ୍ ଭାରତୀୟ ମୁଦ୍ରାରେ ୧୦ ହଜାର ଟଙ୍କାରୁ ଅଧିକ ଓ ସବୁଠାରୁ ଛୋଟ ପ୍ୟାକେଟର ଦାମ୍ ୨୭୫ ଟଙ୍କା ରହିଛି । ତେବେ ଲୋକେ ବ୍ୟାଙ୍କର ମାଟି କାହିଁକି କିଣୁଛନ୍ତି ? 

କହିରଖୁ କି, ବ୍ୟାଙ୍କ ମାଟି ନିଜ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ରଖିବା ଫଳରେ ଆର୍ଥିକ ଲାଭ ମିଳିଥାଏ ଏବଂ ସୁଖ ସମୃଦ୍ଧି ଆସେ ବୋଲି ପ୍ରଚାର କରାଯାଉଛି । ବ୍ୟାଙ୍କର ପ୍ରବେଶ ପଥ, ବ୍ୟାଙ୍କରେ ଲାଗିଥିବା ଛୋଟ ଗଛର ଚେରରୁ ମାଟି ସଂଗ୍ରହ କରାଯାଉଥିବା ଦୋକାନରେ ବିକ୍ରି ହେଉଥିବ ଦେଖିବାକୁ ମିଳୁଛି । ଏଗ୍ରିକଲଚରାଲ ବ୍ୟାଙ୍କ ଅପ୍, ଚାଇନା, ଚାଇନା କନଷ୍ଟ୍ରକସନ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିାଆଲ ବ୍ୟାଙ୍କ ଅଫ୍ ଚାଇନା, ବ୍ୟାଙ୍କ ଅଫ୍ କମ୍ୟୁନିକେସନ ମାଟି ଦୋକାନରେ ବିକ୍ରି ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି ଏହି ବ୍ୟାଙ୍କର ମାଟି କିଣିବାକୁ ବ୍ୟବସାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି । ସେମାନେ ଦୋକାନରୁ ବ୍ୟାଙ୍କ ମାଟି କିଣି ନିଜ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ରଖୁଛନ୍ତି । ବ୍ୟାଙ୍କର ମାଟି ରଖିବା ଫଳରେ ବ୍ୟବସାୟ ବୃଦ୍ଧି ପାଉଥିବା କେତେକ ବ୍ୟକ୍ତି କହୁଥିବା ବେଳେ ଏହାକୁ ମନଗଢ଼ା କଥା ଓ ଅନ୍ଧବିଶ୍ୱାସ ବୋଲି କିଛି ସୋସିଆଲ ମିଡିଆ ୟୁଜର୍ସ ମତ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.