ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

Canada: କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିସ୍ପୋରକ ବୟାନ; କହିଲେ ଆମେରିକାଠୁ ଯୁଦ୍ଧ ବିମାନ କିଣିବୁ ନାହିଁ

Published By : Bijay Swain | March 15, 2025 11:21 PM

Image Courtesy: indiatoday

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ପଦରେ ଟ୍ରମ୍ପ ବସିବା ପରଠୁ ଟ୍ରେଡ ୱାରର ଡର ଏବେ ସମଗ୍ର ବିଶ୍ୱକୁ ଡରେଇ ରଖିଛି। ତେବେ ଟ୍ରମ୍ପଙ୍କ ପ୍ରଥମ ପାଳିର ଟ୍ରେଡ ୱାର ଚୀନ ସହିତ ଥିବା ବେଳେ ଏବେ ଦ୍ୱିତୀୟ ପାଳିରେ କାନାଡା ଓ ମେକ୍ସିକୋଠୁ ଆରମ୍ଭ କରି ଅନେକ ଦେଶ ଏଥିରେ ସାମିଲ ହୋଇଗଲେଣି। ଏହି କଥାକୁ ନେଇ ଆମେରିକା ସହିତ ପୂର୍ଣ୍ଣାଙ୍ଗ ଟ୍ରେଡ ୱାରରେ ଏବେ କାନାଡା ଆମେରିକାକୁ ଚେକ୍ ପ୍ରଦାନ କରିଛି। ଖବର ମୁତାବକ କାନାଡାର ନବନିର୍ବାଚିତ ସରକାର ଶାସନକୁ ଆସିବା ପରେ ଏକ ନୂଆ ଘୋଷଣା କରିଛନ୍ତି। କାନାଡା ଆମେରିକା ନିର୍ମିତ ଏଫ-୩୫ ଯୁଦ୍ଧ ବିମାନ ପରିବର୍ତ୍ତେ ଅନ୍ୟ କିଛି ବିକଳ୍ପ ଚୟନ କରିବାକୁ ପସନ୍ଦ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିଲ୍ ବ୍ଲେୟାର ଘୋଷଣା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନୂତନ କ୍ୟାବିନେଟ ଦ୍ୱାରା ନିଆଯାଇଥିବା ପ୍ରଥମ ନିଷ୍ପତ୍ତି ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆସୁଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଲାଗୁ କରିବା ଉପରେ କାନାଡାର ସିଧାସଳଖ ଆକ୍ରମଣ ବୋଲି କୁହାଯାଉଛି। ପର୍ତ୍ତୁଗାଲ ଏଫ-୩୫ ଜେଟ୍ କିଣିବା ବନ୍ଦ କରିବ ବୋଲି ସୂଚାଇବାର ଗୋଟିଏ ଦିନ ପରେ କାନାଡା ଏହା ଘୋଷଣା କରିଛି। ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ମଧ୍ୟ ଭାରତକୁ ଏହି ଯୁଦ୍ଧ ବିମାନ କିଣିବା ନେଇ ପ୍ରସ୍ତାବ ପ୍ରଦାନ କରିଥିଲେ।

 ଅନେକ ବର୍ଷର ଅପେକ୍ଷା ପରେ ୨୦୨୩ ମସିହାରେ କାନାଡିୟ ସରକାର ନିଜ ବାୟୁସେନା ପାଇଁ ଏଫ-୩୫ ଯୁଦ୍ଧ ବିମାନ କ୍ରୟ କରିବାକୁ ଆମେରିକା ସରକାରଙ୍କଠାରୁ ଅନୁମତି ପ୍ରାପ୍ତ କରିଥିଲେ। ସେହି ବର୍ଷ ଜୁନ୍ ମାସରେ ଲକହିଡ୍ ମାର୍ଟିନ୍ କମ୍ପାନି ସହିତ ୮୮ଟି ଜେଟ୍ ପାଇଁ ୧୯ ବିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ହେଲେ ଟ୍ରମ୍ପଙ୍କ ଦ୍ୱାରା ଟ୍ରେଡ ୱାରର ଧମକର ସମ୍ମୁଖୀନ ହେବା ପରେ ବର୍ତ୍ତମାନ କାନାଡା ଏ ଚୁକ୍ତିରୁ ଓହରିଯିବାକୁ ଚାହୁଁଛି। ତେବେ କାନାଡା ୨୦୨୬ ମସିହାରେ ପ୍ରଦାନ ହେବାକୁ ଥିବା ୧୬ ଟି ଜେଟ୍ ର ପ୍ରଥମ ବ୍ୟାଚ୍ ପାଇଁ ସମସ୍ତ ଦେୟ ଦେଇସାରିଥିବା ଜମାପଡିଛି।

ନବନିର୍ବାଚିତ କାର୍ଣ୍ଣିଙ୍କ କ୍ୟବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ବ୍ଲେୟାର ପ୍ରଥମ ବ୍ୟାଚର ଯୁଦ୍ଧ ବିମାନ ଗୁଡିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ତେବେ ବାକି ଥିବା ଅନେୟ ଜେଟ୍ ଗୁଡିକ ପାଇଁ ସେ ୟୁରୋପ ଉପରେ ନିର୍ଭର କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଖାସ କରି ସ୍ୱୀଡେନ ନିର୍ମିତ ସାବ ଗ୍ରିପେନ କାନାଡା ପାଇଁ ଏକ ଭଲ ବିକଳ୍ପ ହେବ ବୋଲି ବିଲେୟାର କହିଛନ୍ତି। 

ଗତ ବର୍ଷ ୟୁଏସ ଗଭରମେଣ୍ଟ ଏକାଉଣ୍ଟାବିଲିଟି ଅଫିସ(ଜିଏଓ) ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଏଫ-୩୫ ଯୁଦ୍ଧବିମାନର ବୃଦ୍ଧି ପାଉଥିବା ଖର୍ଚ୍ଚ ଓ କାର୍ଯ୍ୟଦକ୍ଷତା ଜନିତ ସମସ୍ୟା ସମ୍ପର୍କରେ ବର୍ଣ୍ଣନା ରହିଥିଲା। ତେବେ ଏହି ଯୁଦ୍ଧ ବିମାନକୁ ଆମେରିକା ନିଜର ସର୍ବୋତ୍ତମ ପ୍ରତିରକ୍ଷା ପ୍ରକଳ୍ପ ଭାବେ ଅନେୟ ଦେଶ ଗୁଡିକୁ କିପରି ବିକ୍ରି କରୁଛି ବୋଲି ବ୍ଲେୟାର ପ୍ରଶ୍ନ ମଧ୍ୟ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.