ନୂଆଦିଲ୍ଲୀ,୧୫।୩: ଜାଫର ଏକ୍ଦପ୍ରେସ୍ ହାଇଜ୍ୟାକ୍ ଘଟଣାରେ ବଲୁଚ ଲିବରେସନ୍ ଆର୍ମି(ବିଏଲଏ)ର ବଡ଼ ଖୁଲାସା। ବିଏଲଏ କହିଛି, ସେ ସମସ୍ତ ୨୧୪ ବନ୍ଧକଙ୍କୁ ମାରିଦେଇଛି। ଆଉ ଏହି ସମସ୍ତେ ପାକିସ୍ତାଡ଼ ସେନାର ଜବାନ। ଏହା ସହ ପାକ୍ ସେନାର ପରାଜୟ ଘୋଷଣା କରିଛି ବିଏଲଏ। ସଂଗଠନର ମୁଖପାତ୍ର କହିଛନ୍ତି, ଏହି ମୃତ୍ୟୁ ପାଇଁ ପାକିସ୍ତାନ ସରକାର ଦାୟୀ। କାରଣ ସରକାର ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ନଥିଲେ। ଏତେ ହତ୍ୟା ପରେ ବି ସରକାର କୌଣସି ଆଲୋଚନା କରିନାହାନ୍ତି।
ମଙ୍ଗଳବାର ବଲୁଚ ବିଦ୍ରୋହୀ କ୍ବେଟାରୁ ପେଶାଓ୍ବର ଯାଉଥିବା ଜାଫର ଏକ୍ସପ୍ରେସ୍କୁ ବୋଲାନ୍ ନିକଟରୁ ହାଇଜ୍ୟାକ୍ କରିଥିଲେ। ଏହି ଟ୍ରେନ୍ରେ ଅତି କମ୍ରେ ୪୫୦ ଜଣ ଥିଲେ। ଯାତ୍ରୀଙ୍କ ରେସକ୍ୟୁ ଅପରେସନ୍ ପାଇଁ ସେନା ପହଁଞ୍ଚିଥିଲା। ଦୁଇପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଯେଉଁଥିରେ ଦୁଇ ଡଜନରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିଲା। ସେଭଳି ୩୩ ଜଣ ବିଏଲଏ ବିଦ୍ରୋହୀ ମଧ୍ୟ ନିହତ ହୋଇଥିଲେ।
ପାକିସ୍ତାନ ସରକାର ବୁଧବାର ଘୋଷଣା କରିଥିଲେ ରେସକ୍ୟୁ ଅପରେସନ୍ ଶେଷ ହୋଇଛି। ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସମସ୍ତ ବିଏଲଏ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଛି। ତେବେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହାର କୌଣସି ପ୍ରମାଣ ଦିଆଯାଇ ନାହିଁ। ଏବେ ବିଏଲଏ କହିଛି, ପାକିସ୍ତାନ ସରକାର କେବଳ ମିଛ କହୁଛନ୍ତି। ଯବାନଙ୍କ ବ୍ୟବହାର ଶାନ୍ତି ପାଇଁ ନୁହେଁ ଯୁଦ୍ଧ ପାଇଁ ବ୍ୟବହାର କରୁଛନ୍ତି। ସରକାରଙ୍କୁ ନିଜ ଯବାନଙ୍କର ଚିନ୍ତା ନାହିଁ।