ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମୁହଁରେ ବାରମ୍ୱାର ବସୁ ଥିଲା ମାଛି , ତାକୁ ମାରିବା ଚକ୍କରରେ ହରାଇ ଦେଲେ ଗୋଟେ ଆଖି !

ବେଜିଂ : ଚାଇନାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମୁହଁରେ ବସିଥିବା ମାଛିକୁ ମାରିବା ଚକ୍କରରେ ନିଜର ଏକ ଆଖିକୁ ହରାଇ ଦେଇଛନ୍ତି। ଏହି ଘଟଣା ଯୋଗୁଁ ତାଙ୍କ ଆଖିର ସଂକ୍ରମଣ ଏବେ ଅଧିକ ହୋଇ ଯାଇଛି ଯେ , ସେହି ଆଖିକୁ ବାହାରି କରିବାକୁ ପଡ଼ିଛି। 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ୱୁ ନାମକ ଉକ୍ତ ବ୍ୟକ୍ତି ନିଜ ଆଖପାଖରେ ଉଡ଼ୁଥିବା ମାଛିକୁ ମାରିବାକୁ ଚେଷ୍ଟା କରୁଥିଲେ , ସେହି ମାଛି ଗୁଡ଼ିକ ତାଙ୍କ ଉପରେ ଆସି ବସୁଥିଲେ। ଏହାର ଘଣ୍ଟାକ ପରେ ତାଙ୍କର ବାମ ଆଖି ଲାଲ୍‌ ପଡ଼ିଗଲା। ଏହାସହ ଆଖିରେ ଫୁଲି ଗଲା ଆଉ ଯନ୍ତ୍ରଣା ବଢିଲା। ଏହାପରେ ବ୍ୟକ୍ତି ଜଣଙ୍କ ଡାକ୍ତରଙ୍କ ପାଖକୁ ଗଲେ। ହେଲେ ଔଷଧ ନେବା ପରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିଲା ନାହିଁ। ସ୍ଥିତି ଏମିତି ହେଲା ଯେ , ତାଙ୍କର ଗୋଟିଏ ଆଖିକୁ ଅପରେସନ ବାହାର କରିବାକୁ ପଡ଼ିଲା।

ରିପୋର୍ଟ ମୁତାବିକ, ଏହି ବ୍ୟକ୍ତି ଚୀନ୍‌ର ଦକ୍ଷିଣ ପ୍ରାନ୍ତ ଗ୍ୱାଙ୍ଗଡୋଙ୍ଗ ସ୍ଥିତ ଶେନଝେନ ସହରରେ ରହୁଛନ୍ତି। ଡାକ୍ତର ତାଙ୍କୁ କହିଲେ ପରୀକ୍ଷା ବେଳେ ୱୁ’ଙ୍କ ଆଖିରେ ସିଜନଲ କଞ୍ଜକ୍ଟିଭାଇଟିସ ଜଣାପଡ଼ିଲା। ସେ ନିଜର ବାମ ଆଖିରେ ଯନ୍ତ୍ରଣାକୁ ନେଇ ଚିନ୍ତିତ ଥିଲେ। ତାଙ୍କୁ ଔଷଧ ଦିଆଗଲା , ହେଲେ କୌଣସି ପ୍ରକାରର ଉପଶମ ମିଳିଲା ନାହିଁ। କିଛି ଦିନ ପରେ ସେ ଦେଖିବାରେ ମଧ୍ୟ ସମସ୍ୟା ହେଲା। ଡାକ୍ତର କହିଲେ , ଏସବୁ ଲକ୍ଷଣ ଏକ ସଂକ୍ରମଣର କାରଣର ହୋଇଥିଲା , ଯାହାକୁ ଔଷଧ ଦ୍ୱାରା ରୋକା ଯାଇ ପାରିବ ନାହିଁ। 

ଉଲ୍ଲେଖନୀୟ ଯେ , ଆଖି ଓ ଏହାର ଆଖପାଖର ସ୍ଥାନରେ ଗୁରୁତର ଭାବେ ଅଲସର ହୋଇ ଯାଇଥିଲା। ଏମିତି ସ୍ଥିତିରେ ସଂକ୍ରମଣ ତାଙ୍କର ମସ୍ତିଷ୍କ ଯାଏ ବ୍ୟାପିବାର ବିପଦ ଥିଲା। ଏଥିପାଇଁ ଡାକ୍ତରମାନେ ତାଙ୍କର ବାମ ଆଖିକୁ ବାହାର କରିବାର ନିଷ୍ପତ୍ତି ନେଲେ। 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟରେ କହିଛି ଯେ, ଆଖିରେ ଏହି ପ୍ରକାରର ସମସ୍ୟା ଏକ ଛୋଟ କୀଟ କାରଣରୁ ହୋଇଛି। ଏହା ନାଳ ଆଦିରେ ଥିବା ଏକ ପ୍ରକାରର ମାଛି, ଯାହାର ଲାର୍ଭା ପାଣିରେ ରହିଥାଏ। ଏହି କୀଟ ସାଧାରଣତଃ ଅନ୍ଧାର ଓ ଆର୍ଦ ଯୁକ୍ତ ସ୍ଥାନ ଯେପରି ବାଥରୁମ୍‌ , ବାଥଟବ୍‌ , ସିଙ୍କ ଓ ରୋଷେଇ ସ୍ଥାନରେ ଦେଖିବାକୁ ମିଳେ। ବିଶେଷଜ୍ଞଙ୍କ ପରାମର୍ଶ କି, ଯେବେ ବି କୌଣସି କୀଟ ଆପଣଙ୍କ ଆଖି ପାଖରେ ଉଡ଼ୁଛି ତ ଆପଣଙ୍କୁ ସ୍ଥିର ଓ ଶାନ୍ତ ରହିବା ଉଚିତ୍‌। ତାକୁ ମାରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣ ଏହାକୁ ଧିରେ ଧିରେ ଘଉଡ଼ାଇ ପାରିବେ। ମାଛି ବସିଥିବା ଶରୀରର ସେହି ଅଂଶକୁ ସଫା ପାଣିରେ ଧୋଇ ପାରିବେ। 


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.