ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପ୍ୟାରିସ୍ ଅଲମ୍ପିକ: ଚୀନ୍‌ ଖାତାରେ ପଡିଲା ପ୍ରଥମ ସ୍ବର୍ଣ୍ଣ ପଦକ, ସୁଟିଂରେ କୋରିଆକୁ ଦେଲା ମାତ୍

ପ୍ୟାରିସ୍,୨୭।୭:  ଚୀନ୍‌ ଖାତାରେ ପଡିଲା ୨୦୨୪ ପ୍ୟାରିସ୍ ଅଲମ୍ପିକର ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ଟିମ୍ ଇଭେଣ୍ଟର ଗୋଲ୍ଡ ମେଡାଲ ମୁକାବିଲାରେ ଚୀନ୍ ସାଉଥ୍ କୋରିଆକୁ ୧୬-୧୨ ରେ ହରାଇଛି। ହୁଆଙ୍ଗ ୟୁଟିଂ ଓ ଶେଙ୍ଗ ଲିହାଓ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଚୀନ୍ ପ୍ୟାରିସ୍ ଅଲିମ୍ପିକ୍‌ର ପୋଡିୟମ୍‌ରେ ପହଁଞ୍ଚିଥିବା ପ୍ରଥମ ଦେଶ ଭାବେ ଯୋଗ୍ୟତା  ଅର୍ଜନ କରିଛି।

ଅଲମ୍ପିକରେ ଶନିବାର ହୋଇଥିବା ସ୍ବର୍ଣ୍ଣ ପଦକ ମ୍ୟାଚ୍‌ରେ ଚୀନ୍ ଯୋଡି କୋରିଆ ଗଣରାଜ୍ୟର କେୟୁମ୍ ଜିହ-ୟୋନ୍-ପାର୍କ ହା-ଜୁନ୍‌ଙ୍କୁ ଚଟୋରକ୍ସ ସୁଟିଂ ସେଣ୍ଟରରେ ୧୬-୧୨ରେ ହରାଇଛନ୍ତି। ଚୀନ୍ ଓ କୋରିଆ ଏହା ପୂର୍ବରୁ ପ୍ରଥମ କ୍ବାଲିଫିକେଶନ୍ ରାଉଣ୍ଡରେ ମଧ୍ୟ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ।

ସେଭଳି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ କାଜାଖସ୍ତାନ ୧୭-୫ରେ ଜର୍ମାନୀକୁ ହରାଇଛି। କାଜାଖସ୍ତାନ ଶୁଟର ଆଲେକ୍ସଣ୍ଡ୍ରା ଲେ ଓ ଇସଲାମ ସତପେଭ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ଲଢ଼େଇ ପରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ଚାଇନା ଖେଳାଳି ୧୬-୧୨ରେ କୋରିଆକୁ ପରାସ୍ତ କରିଛନ୍ତି।

  • prameyanews
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.