ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମଙ୍ଗଳବାରକୁ ଘୁଞ୍ଚିଲା ଭିନେଶ ଫୋଗଟ୍‌ଙ୍କ ପଦକ ଆବେଦନର ଶୁଣାଣି, CASଙ୍କ ପକ୍ଷରୁ ମିଳିଲା ସୂଚନା

Image Courtesy: olympics

ନୂଆଦିଲ୍ଲୀ ୧୧/୦୮: ଭିନେଶ ଫୋଗାଟ ମହିଳା ୫୦ କିଲୋ ଫ୍ରୀ-ଷ୍ଟାଇଲର ଫାଇନାଲରେ ପ୍ରବେଶ କରି ରୌପ୍ୟ ପକ୍କା କରିଥିଲେ । ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇଥିଲେ । କିନ୍ତୁ ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଅଯୋଗ୍ୟ ହେବାକୁ ପଡ଼ିଥିଲା । କୌଣସି ପଦକ ତାଙ୍କୁ ମିଳିଲା ନାହିଁ । ତାଙ୍କ ଠାରୁ ସେମିରେ ପରାଜିତ ହୋଇଥିବା ଯୋଦ୍ଧା  ଫାଇନାଲ ଖେଳିଥିଲେ । 

ନ୍ୟାୟ ପାଇଁ ଭିନେଶ ଅନ୍ତର୍ଜାତୀୟ କ୍ରୀଡ଼ା କୋର୍ଟରେ (କାସ୍‌)  ଆବେଦନ କରିଥିଲେ । ବିଚାର ଚାଲିଛି । ଆଜି ରାୟ ଆସିବାର ଥିଲା । ଭାରତୀୟ ସମୟ ରାତି ୯.୩୦ ମିନିଟରେ ଶୁଣାଣି ରହିଥିଲା । କାସ୍‌ର  ଆଡହକ୍‌ ଡିଭିଜନ ଏହାକୁ ମଙ୍ଗଳବାକୁ ଘୁଞ୍ଚାଇ ଦେଇଛନ୍ତି । ପ୍ୟାରିସ ସମୟ ୧୩ ତାରିଖ ଅପରାହ୍ଣ ୬ଟାରେ  ଶୁଣାଣି ହେବ ।  

ରବିବାର ଅଲିମ୍ପିକ୍ସ ଶେଷ ହୋଇଯିବ । ମାତ୍ର  ଭିନେଶଙ୍କ ଅପେକ୍ଷାରେ ଅନ୍ତ ହେଉ ନାହିଁ । ଆଶା ତାଙ୍କୁ ମଙ୍ଗଳବାର ନିଶ୍ଚିତ ନ୍ୟାୟ ମିଳିବ । ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ପିଟି  ଉଷା ମଧ୍ୟ ଏହି ଆଶା ରଖିଛନ୍ତି ।  ସେମି ଫାଇନାଲ ପରେ ଭିନେଶଙ୍କ ଓଜନ ୨ କିଲୋ ୭୦୦ ଗ୍ରାମ୍‌  ବୃଦ୍ଧି ପାଇଥିଲା । ରାତି ସାରା ପରିଶ୍ରମ ପରେ ୫୦ କିଲୋ ତଳକୁ  ଖସି ପାରି ନଥିଲେ । ୧୦୦ ଗ୍ରାମ୍‌ ଓଜନ ଅଧିକ ପାଇଁ ତାଙ୍କୁ ଅଯୋଗ୍ୟ  ଘୋଷଣା କରାଯାଇଥିଲା । ଏଥିରେ ବ୍ୟଥିତ ହୋଇ ଭିନେଶ କୁସ୍ତିରୁ  ତାଙ୍କର ସନ୍ନ୍ୟାସ ଘୋଷଣା କରିଥିଲେ।


  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.