ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି ଆଗକୁ ବଢିଲା , ରୌପ୍ୟ ମିଳିବ ନା ନାହିଁ ଏହି ଦିନ ଲାଗିବ ମୋହର

ପ୍ୟାରିସ୍‌ – ପ୍ୟାରିସ୍‌ ଅଲିମ୍ପିକ ୨୦୨୪ରେ ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି ୯ ଅଗଷ୍ଟ ( ଶୁକ୍ରବାର)ରେ ଶେଷ ହୋଇଥିଲା। ଏବେ ଏହି ମାମଲାରେ ରାୟକୁ ପୂରା ଦେଶ ଅପେକ୍ଷା କରିଛି। ପ୍ରଥମେ ୧୦ ଅଗଷ୍ଟରେ (ଶନିବାର ) ରାୟ ଆସିବାର ଆଶା ଥିଲା, ହେଲେ ଏବେ ରାୟର ଟାଇମଲାଇନ୍‌କୁ ବଢାଇ ଦିଆଯାଇଛି। ଏବେ ଭିନେଶଙ୍କୁ ରୌପ୍ୟ ମିଳିବା ନା ନାହିଁ , ଏହା ଉପରେ ରାୟ ୧୧ ଅଗଷ୍ଟ ଅର୍ଥାତ୍‌ ଆସନ୍ତା ରବିବାର ଭାରତୀୟ ସମୟାନୁସାରେ ୯.୩୦ରେ ଆସିବ। ହେଲେ ଏହି ନିଷ୍ପତ୍ତିର ଡିଟେଲ ଅର୍ଡର ପରେ ଜାରି କରାଯିବ। 

ଡ. ଏନାବେଲେ ବେନେଟ ଏସି ଏସସି ଉକ୍ତ ମାମଲାରେ ରାୟ ଶୁଣାଇବେ। କହି ରଖୁଛୁ କି ପ୍ରଥମେ ସିଏଏସ ( କୋର୍ଟ ଅଫ୍‌ ଅର୍ବିଟ୍ରାସନ ଫର ସ୍ପୋର୍ଟସ) ନିଜର ରାୟ ଶୁଣାଇବା ପାଇଁ ୧୦ ଅଗଷ୍ଟ ଭାରତୀୟ ସମୟାନୁସାରେ ରାତି ୯.୩୦ ର ସମୟ ରଖିଥିଲେ। ସାଧାରଣତଃ ଆଡ୍‌-ହକ୍‌ ପ୍ୟାନେଲ୍‌କୁ ରାୟ ଶୁଣାଇବା ପାଇଁ ୨୪ ଘଣ୍ଟାର ସମୟ ଦିଆଯାଇ ଥାଏ। କିନ୍ତୁ ଏବେ ରାୟର ତାରିଖ ପୁଣି ଆଗକୁ ବଢାଇ ଦିଆଯାଇଛି। 

ଉଲ୍ଲେଖନୀୟ ଯେ,ପ୍ୟାରିସ୍‌ ଅଲିମ୍ପିକରେ ଭାରତର ଆଶାକୁ ସେତେବେଳେ ଝଟକା ଲାଗିଲା , ଯେବେ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ଥିଲା। ୫୦ କି.ଗ୍ରା ଫ୍ରିଷ୍ଟାଇଲ୍ ରେସଲିଂ କ୍ୟାଟେଗୋରୀରେ ତାଙ୍କର ଓଜନ ପାଖାପାଖି ୧୦୦ ଗ୍ରାମ ଅଧିକ ଥିବାର ଜଣାପଡ଼ି ଥିଲା। ଭିନେଶଙ୍କ ପାଖରେ ଗୋଲ୍ଡ ମେଡାଲ ଜିତିବାର ସୁଯୋଗ ଥିଲା , କିନ୍ତୁ ଓଜନ ଅଧିକ ହେବା କାରଣରୁ ଫାଇନାଲ ମୁକାବିଲାର କିଛି ଘଣ୍ଟା ପୂର୍ବରୁ ହିଁ ତାଙ୍କୁ ଅଯୋଗ୍ୟ କରିଦିଆ ଯାଇଛି। ଏମିତି ନିୟମ କାରଣରୁ ସେ ସେମିଫାଇନାଲ ଜିତିବା ପରେ ମଧ୍ୟ ମେଡାଲରୁ ଦୂରରେ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.