ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଲୁଚିସ୍ତାନରେ ଟ୍ରେନ୍ ହାଇଜାକ୍‌ର ଘଟଣାକୁ ନିନ୍ଦା କଲା ଚୀନ୍‌ , ପାକିସ୍ତାନକୁ ସମର୍ଥନ କରି କହିଲା ...

Published By : Prameya | March 13, 2025 5:59 PM

ବେଜିଂ – ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ହାଇଜାକ୍‌ ହୋଇଥିବା ଜାଫର ଏକ୍ସପ୍ରେସ୍‌ରୁ ସବୁ ବନ୍ଧକଙ୍କୁ ମୁକ୍ତ କରାଯାଇ ସାରିଛି। ଏହି ସମୟରେ ବିଦ୍ରୋହୀମାନେ ୨୧ ଜଣ ଯାତ୍ରୀ ଓ ପାରାମିଲିଟାରୀର ୪ ଯବାନଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ଚୀନ ଫିଡ଼ିକି ଯାଇଛି ଏବଂ ପାକିସ୍ତାନକୁ ସମର୍ଥନ କରିଛି। ଚୀନ୍‌ ଜାଫର ଏକ୍ସପ୍ରେସ୍‌ରେ ହୋଇଥିବା ଆତଙ୍କବାଦୀ ହମଲାର କଡ଼ା ନିନ୍ଦା କରିଛି ଏବଂ ଆତଙ୍କବାଦ ସହ ଲଢିବା , ଏକାଠି ହେବା, ସାମାଜିକ ସ୍ଥିରତା ବଜାୟ ରଖିବା ଓ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନକୁ ନିଜର ଦୃଢ ସମର୍ଥନ ଜାରି ରଖିବାକୁ ଶପଥ ନେଇଛି। 

ଚାଇନା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ , ବଲୁଚିସ୍ତାନ ପ୍ରାନ୍ତରେ ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍‌ ଉପରେ ହୋଇଥିବା ଆତଙ୍କୀ ହମଲା ମାମଲାରେ,  ନିଜର ନିୟମିତ ବ୍ରିଫିଂରେ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି। କହିଛନ୍ତି, ଆମେ ରିପୋର୍ଟକୁ ଦେଖିଛୁ ଅଛୁ ଏହଂ ଏହି ଆତଙ୍କାବାଦୀ ହମଲାର କଡ଼ା ନିନ୍ଦା କରୁଛୁ। ସେ ଆହୁରି କହିଛନ୍ତି କି ଚୀନ୍‌ ଯେକୌଣସି ଭାବେ ଆତଙ୍କବାଦକୁ ଦୃଢତାର ସହ ବିରୋଧ କରି ଥାଏ।

ସେ କହିଛନ୍ତି , ଚୀନ ପାକିସ୍ତାନ ସହ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସହଯୋଗକୁ ଦୃଢ କରିବା ଓ ମିଳିତ ଭାବେ କ୍ଷେତ୍ରରୁ ଶାନ୍ତିପୂର୍ଣ୍ଣ , ସୁରକ୍ଷିତ ଓ ସ୍ଥିର ରଖିବା ପାଇଁ ପ୍ରସ୍ତୁତ। ଏହା ବ୍ୟତୀତ , ଆମେରିକା ମଧ୍ୟ ବଲୁଚିସ୍ତାନ ଟ୍ରେନ୍‌ରେ ହୋଇଥିବା ହମଲାର ନିନ୍ଦା କରିଛି । ଆମେରିକୀୟ ଦୂତାବାସ ଇସଲାମାବାଦ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି , ଆମେ ସବୁ ପୀଡ଼ିତ , ତାଙ୍କର ପରିବାର ଓ ଏହି ଭୟାନକ କାର୍ଯ୍ୟରେ ପ୍ରଭାବିତ ସବୁ ଲୋକଙ୍କ ପ୍ରତି ନିଜର ଗଭୀର ସହାନୁଭୂତି ଓ ସମ୍ୱେଦନା ବ୍ୟକ୍ତ କରୁଛୁ। ପାକିସ୍ତାନୀ ଲୋକ ହିଂସା ଓ  ଭୟ ମୁକ୍ତ ରହିବାକୁ ହକଦାର। ଆମେରିକା ନିଜର ସବୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନର ସବୁ ପ୍ରୟାସରେ ଏକ ଦୃଢ ପାର୍ଟନର ହୋଇ ରହିବ। ଆମେ ଏହି କଠିନ ସମୟ ବେଳେ ପାକିସ୍ତାନ ସହ ରହିଛୁ। 

ଉଲ୍ଲେଖନୀୟ ଯେ, ପାକିସ୍ତାନର ବଲୁଚିସ୍ତାନରେ ବିଦ୍ରୋହୀମାନେ ଏକ ଟ୍ରେନ୍‌କୁ କବଜା କରି ବନ୍ଧକ କରାଯାଇ ଥିବା ୨୧ ଜଣ ଯାତ୍ରୀ ପାରାମିଲିଟାରୀର ୪ ଯବାନଙ୍କୁ ହତ୍ୟା କରି ଦେଇଛନ୍ତି । ପାକିସ୍ତାନ ସେନାର ଜଣେ ଜେନେରାଲ ବୁଧବାର ଏହି ସୂଚନା ଦେଇଛନ୍ତି।   ପାକିସ୍ତାନ ସେନାର ପ୍ରବକ୍ତା ଲେଫ୍ଟିନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଟିଭି ଚ୍ୟାନେଲ ‘ଦୁନିଆ ନ୍ୟୁଜ୍‌’କୁ କହିଛନ୍ତି ଯେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ଥିବା ସବୁ ୩୩ ବିଦ୍ରୋହୀଙ୍କୁ ମାରି ଦେଇଛନ୍ତି। ଲେଫ୍ଟିନେଣ୍ଟ ଜେନେରାଲ ଶରିଫ କହିଛନ୍ତି, ସଶସ୍ତ୍ର ବାହିନୀ ସବୁ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି ଏବଂ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ମୁକ୍ତ କରାଇ ଆଜି (ବୁଧବାର)ସନ୍ଧ୍ୟାରେ ଅଭିଯାନ ସଫଳତାପୂର୍ବକ ପୂରା କରି ନେଇଛନ୍ତି। ସେ କହିଛନ୍ତି , ମଙ୍ଗଳବାର ଟ୍ରେନ୍‌ ଉପରେ ହମଲା କରି ବିଦ୍ରୋହୀମାନେ ୨୧ ଜଣ ଯାତ୍ରୀଙ୍କୁ ମାରି ଦେଇଛନ୍ତି। ସେ କହିଛନ୍ତି କି ଏହି ଘଟଣାରେ ପାରାମିଲିଟାରୀ ଫ୍ରଣ୍ଟିୟର କୋର୍‌ର ୪ ଯବାନ ମଧ୍ୟ ମରି ଯାଇଛନ୍ତି । ଲେଫ୍ଟିନେଣ୍ଚ ଜେନେରାଲ ଶରିଫ୍ କହିଛନ୍ତି , ସେନା ସବୁ ୩୩ ଜଣ ଆତଙ୍କବାଦୀଙ୍କୁ ନିପାତ କରି  ବନ୍ଧକଙ୍କୁ ସେମାନଙ୍କ କବଜାରୁ ଛଡ଼ାଇଛନ୍ତି।    

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.