ବେଜିଂ : ଚୀନର ବନ୍ଧୁତା ମାଳଦ୍ୱୀପକୁ ପଡ଼ିଛି ମହଙ୍ଗା। ଏହା ଚିନ୍ତାଜନକ ସାଜିଛି ଯେ, ମହମ୍ମଦ ମୁଇଜ୍ଜୁଙ୍କ ଦେଶର ଅବସ୍ଥା ପାକିସ୍ତାନ ଓ ଶ୍ରୀଲଙ୍କା ପରି ଯେମିତି ହୋଇ ନଯାଉ। ଉଲ୍ଲେଖନୀୟ ଯେ , ଚୀନ୍ ମାଳଦ୍ୱୀପକୁ ପ୍ରଚୁର ଲୋନ୍ ଦେଇଛି, ଯେଉଁଥିରେ ଏବେ ଦ୍ୱୀପ ଦେଶ ଖୁବ୍ ଆର୍ଥିକ ସଙ୍କଟର ଘେରରେ। ମାଳଦ୍ୱୀପ ଏବେ ଋଣ ଭାରର ସଙ୍କଟ ଦେଇ ଗତି କରୁଛି , ଯାହାକି ଏହାର ଆର୍ଥିକ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ମାଳଦ୍ୱୀପରେ ବିଦେଶୀ ମୁଦ୍ରାଭଣ୍ଡାର ବିପଜ୍ଜନକ ସ୍ତର ଯାଏ କମ୍ ହୋଇ ଯାଇଛି , ଯାହାକି ପ୍ରଚୁର ଋଣ ଭରିବାର ଗମ୍ଭୀର ସ୍ଥିତି ପାଲଟି ଯାଇଛି। ମାନବାଧିକାର ଓକିଲ ଏବଂ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଷ୍ଟ ଡିମିତ୍ରା ଷ୍ଟାଇକୌଙ୍କ ଦ୍ୱାରା ମିଡିୟମ ରେ ଲେଖାଯାଇ ଥିବା ଏକ ଆର୍ଟିକଲ ଅନୁସାରେ, ଚୀନକୁ ଋଣ ଦେବାର ପ୍ରଥା ଓ ବ୍ୟାପାର ନୀତି ଗୁଡିକ ଦ୍ୱାରା ରାଷ୍ଟ୍ରୀର ଆର୍ଥିକ ପତନକୁ ବୃଦ୍ଧି କରି ଦିଆ ଯାଇଛି। ଏଥିରେ ସ୍ପଷ୍ଟ ଯେ, ସାହାଯ୍ୟର ହାତ ବଢାଇ ଥିବା ଜିନପିଙ୍ଗ ମାଳଦ୍ୱୀପ ସହ ଖେଳ ଖେଳିଛନ୍ତି।
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, ଡିମିତ୍ରା ଲେଖିଛନ୍ତି ,ଋଣ ସମସ୍ୟାର ସ୍ତର ଆଶ୍ଚର୍ଯ୍ୟକର। ମାଳଦ୍ୱୀପର ମୋଟ ଋଣ ଷ୍ଟକ୍ ୨୦୧୮ରେ ୩ ବିଲିୟନ ଆମେରିକୀୟ ଡଲାରରୁ ବଢି ମାର୍ଚ୍ଚ ୨୦୨୪ ଯାଏ ୮.୨ ବିଲିୟନ ଆମେରିକୀୟ ଡଲାର ହୋଇ ଯାଇଛି, ଅନୁମାନ ଯେ ୨୦୨୯ ପର୍ଯ୍ୟନ୍ତ ଏହି ୧୧ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଯିବ। ବର୍ତ୍ତମାନ ଋଣ ମଧ୍ୟରୁ ୩.୪ ବିଲିୟନ ଆମେରିକୀୟ ଡଲାର ବାହାରର , ଯେଉଁଥିରେ ଚୀନ ପ୍ରମୁଖ ଋଣଦାତା। ତତ୍କାଳ ଆର୍ଥିକ ଚ୍ୟାଲେଞ୍ଜ ଖୁବ୍ ଦୁଃଖଦାୟକ ପାଲଟିଛି। ମାଳଦ୍ୱୀପକୁ ୨୦୨୫ ରେ ୬୦୦ମିଲିୟନ ଆମେରିକୀୟ ଡଲାର ଓ ୨୦୨୬ରେ ୧ ବିଲିୟନ ଆମେରିକୀୟ ଡଲାରର ଆଶ୍ଚର୍ଯ୍ୟକର ବାହ୍ୟ ଋଣର ସେବା କରିବାର ଆବଶ୍ୟକତା ରହିଛି।
ମାଳଦ୍ୱୀପ ମନିଟାରୀ ଅଥୋରିଟି ଦ୍ୱାରା ରଖାଯାଇ ଥିବା ବ୍ୟବହାର ଯୋଗ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ଡିସେମ୍ୱର ୨୦୨୪ ସୁଦ୍ଧା ୬୫ ମିଲିୟନ ଆମେରିକୀୟ ଡଲାରରୁ କମ୍ ଥିଲା। ଅଗଷ୍ଟର ମଧ୍ୟଭାଗରେ ମୁଦ୍ରା ଭଣ୍ଡାର କିଛି ସମୟ ପାଇଁ ନେଗେଟିଭ୍ ହୋଇ ଥିଲା , ଯାହା ଫଳରେ ଦେୟ ସନ୍ତୁଳନ ସଙ୍କଟ ସୃଷ୍ଟି ହୋଇ ଥିଲା। ଏହାର ଜବାବରେ , ଅନ୍ତରାଷ୍ଟ୍ରୀୟ ଆର୍ଥିକ ସଂସ୍ଥା ଗୁଡ଼ିକ ଦେଶର କ୍ରେଡିଟ୍ ରେଟିଂ ହ୍ରାସ କରିଛନ୍ତି। ଜୁନ ଓ ଅଗଷ୍ଟ ମାସରେ ଫିଚ୍ ଲଗାତାର ହ୍ରାସ କରି ମାଳଦ୍ୱୀପର ରେଟିଂକୁ ତିନି ପାହଚ ହ୍ରାସ କରି ଥିଲା।
ଆର୍ଟିକଲରେ ଆହୁରି କୁହାଯାଇଛି ଯେ, ପାଖାପାଖି ୭୦୦ ମିଲିୟନ ଆମେରିକୀୟ ଡଲାରର ଦ୍ୱିପାକ୍ଷୀୟ ବ୍ୟାପାରରେ ମାଳଦ୍ୱୀପର ଏକ୍ସପୋର୍ଟ ୩ ପ୍ରତିଶତରୁ ମଧ୍ୟ କମ୍ ,ଯାହାକି ଚୀନ୍ର ଆମଦାନୀ ପାର୍ଟ ୯୭ ପ୍ରତିଶତ ରହିଛି। ଏଫଟିଏ ଅନୁସାରେ ମାଳଦ୍ୱୀପ ଚୀନ୍ରୁ ଆମଦାନୀ ହେଉଥିବା ୯୧ ପ୍ରତିଶତ ଜିନିଷ ଉପରେ ଶୁଳ୍କ ହଟାଇ ଦେଇଛନ୍ତି, କିନ୍ତୁ ଦେଶର ସୀମିତ ରପ୍ତାନୀ ଆଧାରକୁ ଦେଖିଲେ ଜଣାପଡ଼ୁଛି ଯେ, ଏଥିରେ ସେମିତି କୌଣସି ଲାଭ ହୋଇ ନାହିଁ। ଏଫଟିଏର ଲାଗୁ ହେବାର ଦୁଇ ମାସ ଭିତରେ ହିଁ ଚୀନରୁ ଆମଦାନୀ ବଢି ୬୫ ମିଲିୟନ ଆମେରିକୀୟ ଡଲାର ହୋଇଛି , ଯାହା ଗତ ବର୍ଷର ଏହି ଅବଧି ବେଳେ ୪୩ ମିଲିୟନ ଆମେରିକୀୟ ଡଲାର ଥିଲା। ଏଥିରେ ବି ଅଧିକ ଚିନ୍ତାର କଥା ଏହା କି , ଆମଦାନୀ ଶୁଳ୍କରେ ସରକାରୀ ରାଜସ୍ୱରେ ଖୁବ୍ ହ୍ରାସ ଘଟିଛି ।