ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା :୭ ମାଓବାଦୀ ନିହତ, ୧୦ରୁ ଅଧିକ ଆହତ

ନାରାୟଣପୁର,୨୩।୫: ଛତିଶଗଡରେ ପୁଣିଥରେ ମାଓବାଦୀ ଓ ଯବାନଙ୍କ ଭିତରେ ସଂଘର୍ଷ। ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର, ବିଜାପୁର ଓ ଦନ୍ତେଓ୍ବାଡାର ସୀମାରେ ଯବାନଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି। କୁହାଯାଉଛି ଯେ, ଗୁରୁବାର ତିନୋଟି ଜିଲ୍ଲାର ୧୦୦୦ ଯବାନ ସର୍ଚ୍ଚିତ ଅପରେସନ୍‌ରେ ବାହାରିଥିଲେ। ଏହି ସମୟରେ ଅଲଗା ଅଲଗା ସ୍ଥାନରେ ମାଓବାଦୀ ଓ ଯବାନଙ୍କ ଭିତରେ ସଂଘର୍ଷ ହୋଇଥିଲା। ଘଟଣା ସମ୍ପର୍କରେ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନାରାୟଣପୁର ଏସପି ପ୍ରଭାତ କୁମାର କହିଛନ୍ତି, ନାରାୟଣପୁର-ବିଜାପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପ୍ଳାଟୁନ ନମ୍ବର ୧୬ ଓ ଇନ୍ଦ୍ରାବତୀ ଏରିଆ କମିଟିର ନକ୍ସଲଙ୍କ ବିଷୟରେ ସୂଚନା ପାଇବା ପରେ ନାରାୟଣପୁର, ଦନ୍ତେଓ୍ବାଡା ଓ ବସ୍ତର ଜିଲ୍ଲାର ଡିଆରଜି ଓ ବସ୍ତର ଫାଇଟର୍ସଙ୍କ ସହିତ ଏସଟିଏଫ୍‌ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଏସପି କହିଛନ୍ତି ଗୁରୁବାର ସକାଳ ୧୧ ଟା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ। ପୋଲିସ ଓ ମାଓବାଦୀଙ୍କ ଭିତରେ ସଂଘର୍ଷ ଏବେ ବି ଜାରି ରହିଛି। ସେଭଳି ଯବାନମାନେ ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଦୁଇଜଣ ମାଓବାଦୀଙ୍କ ମୃତଦେହକୁ ଜବତ କରିଛନ୍ତି। ଏହା ସହିତ ପ୍ରଚୁର ମାତ୍ରାରେ ହତିଆର ମଧ୍ୟ ମିଳିଛି। ୧୦/୧୨ ମାଓବାଦୀ ଆହତ ହୋଇଥିବାର ମଧ୍ୟ ସମ୍ଭାବନା ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.