ପ୍ରମୂଖ ଖବର
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ନିପାତ ହେବେ ଆତଙ୍କବାଦୀ: ଗୃହମନ୍ତ୍ରୀ ଶାହ ଡକାଇଲେ ହାଇଲେବଲ ବୈଠକ, ଯୋଗ ଦେଲେ ଡୋଭାଲ ଓ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସଫେଇ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଜମ୍ମୁ-କଶ୍ମୀର ଉପରେ ହାଇଲେବଲ ମିଟିଂ ଡକାଇଛନ୍ତି।ଏହି ବୈଠକରେ ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଜୋରଦାର କରିବାକୁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର' ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେଇଛନ୍ତି। ଚଳିତ ମାସ ୨୯ ତାରିଖରୁ ଅମରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଏବଂ ଭକ୍ତମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏଥିସହ ଅମରନାଥ ଯାତ୍ରାରେ କଡା ସୁରକ୍ଷା ସହ ଆବଶ୍ୟକ ଯାଞ୍ଚ ବ୍ୟବସ୍ଥା କରାଯିବ। ଅମରନାଥ ଯାତ୍ରାର ରୁଟରେ ଯେପରି କୌଣସି ସମସ୍ୟା ନସୃଷ୍ଟି ହୁଏ ସେଥିପ୍ରତି ମଧ୍ୟ ଏଆଇ କଡ଼ା ନଜର ରଖିବ ବୋଲି ଜଣାପଡିଛି। 

ଉଲ୍ଲେଖନୀୟ ଯେ,  ଗତ ସପ୍ତାହରେ ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ଆତଙ୍କବାଦୀମାନେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପରେ ପରେ ଆତଙ୍କବାଦୀମାନେ କାଠୁଆ ଏବଂ ଡୋଡା ଜିଲ୍ଲାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.