ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମମତାଙ୍କ ପତ୍ର, ‘ବାଂଲାଦେଶ ସହ ଏକତରଫା ଆଲୋଚନା ଗ୍ରହଣୀୟ ନୁହେଁ’

Image Courtesy: theprint

 ନୂଆଦିଲ୍ଲୀ: ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି । ହସିନା-ମୋଦୀଙ୍କ ଆଲୋଚନାରେ ତାଙ୍କୁ ସାମିଲ କରାନଯିବାରୁ ସେ କେନ୍ଦ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ଯେହେତୁ ନଦୀ ରାଜ୍ୟ ଦେଇ ଯାଉଛି ତେଣୁ ପଶ୍ଚିମବଙ୍ଗକୁ ଏହି ଆଲୋଚନାରେ ସାମିଲ୍ ନ କରିବା ଗ୍ରହଣୀୟ ନୁହେଁ ବୋଲି ମୋଦୀଙ୍କ ପତ୍ର ଲେଖିଛନ୍ତି ମମତା ବାନାର୍ଜ। 

କୋଲକାତା ଓ ଢାକା ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ଦର୍ଶାଇ ମମତା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ମତାମତ ବିନା ଏଭଳି ଏକପାଖିଆ ବିଚାର ବିମର୍ଶ ଏବଂ ଆଲୋଚନା କରିବା ଗ୍ରହଣୀୟ ନୁହେଁ । ନିକଟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ତିସ୍ତା ଜଳବିବାଦ ଓ ୧୯୯୬ର ଗଙ୍ଗା ଜଳ ଚୁକ୍ତିର ନବୀକରଣ କରିବା ବିଷୟରେ ଆଲୋଚନା କରିଥିଲେ।

ବୈଠକ ସରିବା ପରେ ମିଡିଆକୁ ସମ୍ବୋଧନ କରି ପିଏମ ମୋଦୀ କହିଥିଲେ ଯେ ତିସ୍ତା ନଦୀ ଜଳର ସଂରକ୍ଷଣ ଓ ପରିଚାଳନା ପାଇଁ ଟେକ୍‌ନିକାଲ ଟିମ୍ ଖୁବ୍‌ଶୀଘ୍ର ବାଂଲାଦେଶ ଗସ୍ତ କରିବେ। ଚୁକ୍ତି ଅନୁସାରେ, ତିସ୍ତା ନଦୀର ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ଭାରତ ବଡ଼ ଡ୍ୟାମ୍‌ ଓ ଅନ୍ୟ ନିର୍ମାଣ କରିବ। ତେବେ ପଶ୍ଚିମବଙ୍ଗ ସରକାର କିନ୍ତୁ ଏହି ଚୁକ୍ତିରେ ଖୁସି ନାହାନ୍ତି। ସେ  ଜଳ ବାଣ୍ଟିବାକୁ ଚାହାନ୍ତି ନାହିଁ। ତେଣୁ ସବୁବେଳେ ଏହାର ବିରୋଧ କରି ଆସିଛନ୍ତି ମମତା। 

 କେନ୍ଦ୍ର ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରି ମମତ କହିଛନ୍ତି ଯେ ଏଭଳି ଚୁକ୍ତିରେ ପଶ୍ଚିମବଙ୍ଗ ଲୋକେ ଅଧିକ ପ୍ରଭାବିତ ହେବେ। ୨୦୨୬ ଶେଷ ହେବାକୁ ଯାଉଥିବା ଇଣ୍ଡୋ ବାଂଲାଦେଶ ଫରାକ୍କା ଚୁକ୍ତି (୧୯୯୬)କୁ ପୁଣିଥରେ ଭାରତ ସରକାର ବଢ଼ାଇବାକୁ ଚାହୁଁଛନ୍ତି ବୋଲି ଜାଣିଲି। ଏଥିରେ ପଶ୍ଚିମବଙ୍ଗ ଲୋକ ପ୍ରଭାବିତ ହେବେ ବୋଲି ମମତା ବାନାର୍ଜୀ କହିଛନ୍ତି।

  • CM Mamata
  • Bangladesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.