ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ମହାରାଷ୍ଟ୍ର ବଜେଟ୍‌ : ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା

ମୁମ୍ୱାଇ – ମହାରାଷ୍ଟ୍ରର ଏନଡିଏ ସରକାର ନିର୍ବାଚନୀ ସିଜନରେ ଆଗତ ବଜେଟରେ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଅଜିତ ପାୱାରଙ୍କ ଆଗତ ବଜେଟ୍‌ରେ ମଧ୍ୟ ପ୍ରଦେଶର ଲାଡଲୀ ବହନା ଯୋଜନା ଅନୁସାରେ ପ୍ରତି ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହି ସ୍କିମ୍‌ର ଫାଇଦା ୨୧ରୁ ୬୦ ବର୍ଷ ବୟସର ମହିଳାଙ୍କୁ ମିଳିବ। ଏହି ସ୍କିମ୍‌ର ନାଁ ମୁଖ୍ୟମନ୍ତ୍ରୀ ମାଝି ଲଡକୀ ବହିନ ଯୋଜନା ରଖା ଯାଇଛି। ଏହି ସ୍କିମକୁ ୧ ଜୁଲାଇରୁ ହିଁ ଲାଗୁ କରିଦିଆ ଯିବ। ଏହାର ଅର୍ଥ କି ଆଗାମୀ ମାସରୁ ରାଜ୍ୟର ମହିଳାଙ୍କୁ ୧୫୦୦ ଟଙ୍କା ମିଳିବା ଆରମ୍ଭ ହୋଇଯିବ। ଏହି ସ୍କିମ୍‌ ପାଇଁ ୪୬ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍‌ ସ୍ଥିର କରାଯାଇଛି। 

ଏକନାଥ ସିନ୍ଦେ ସରକାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ଏହାକୁ ନିର୍ବାଚନୀ ପ୍ରତିଶ୍ରୁତି ଭାବେ ମଧ୍ୟ ମନେକରାଯାଉଛି। ରାଜ୍ୟରେ ଭାଟ୍‌ରେ ହ୍ରାସ କରାଯାଇଛି ଏବଂ ଏଥିଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ଦାମରେ ମଧ୍ୟ ହ୍ରାସ ଘଟିଛି। ଆଉ ଏକ କଲ୍ୟାଣକାରୀ ଯୋଜନାର ଘୋଷଣା କରି ଅର୍ଥ ମନ୍ତ୍ରୀ କହିଛନ୍ତି କି ୫ ସଦସ୍ୟ ବିଶିଷ୍ଟ ପରିବାରକୁ ପ୍ରତି ବର୍ଷ ୩ଟି ସିଲଣ୍ଡର ମାଗଣା ଦିଆଯିବ। ଏହାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ନାମ ଦିଆଯାଇଛି। ଏକନାଥ ସିନ୍ଦେ ସରକାର ଚାଷୀଙ୍କୁ ମଧ୍ୟ ଉପକୃତ କରିବାର ଚେଷ୍ଟା କରି ବକେୟା ବିଦ୍ୟୁତ୍‌  ବିଲ୍‌ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଏଥିରେ ୪୪ ଲକ୍ଷ ଚାଷୀଙ୍କୁ ଲାଭ ମିଳିବ।

ଏହି ସ୍କିମ୍ ବ୍ୟତୀତ ରାଜ୍ୟରେ ଭାଟ୍‌ କମ୍‌ ହେବାରୁ ପେଟ୍ରୋଲର ଦାମ୍‌ରେ ୬୫ ପଇସା ହ୍ରାସ ଘଟିଛି। ଏହା ବ୍ୟତୀତ ଡିଜେଲ ମଧ୍ୟ ୨.୦୭ ଟଙ୍କା ହୋଇଛି। ଡିଜେଲର ଦାମ୍‌ରେ ରିହାତି କରିବାରେ ଚାଷୀଙ୍କୁ ମଧ୍ୟ ଫାଇଦା ହେବ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.