ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ବୟସ୍କଙ୍କ ପାଇଁ ଖୁସି ଖବର; ଏବେ ଆୟୁଷ୍ମାନ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କର ହେବ ଚିକିତ୍ସା

Image source: ABP

ନୂଆଦିଲ୍ଲୀ,୨୮/୦୬: ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଅଷ୍ଟାଦଶ ଲୋକସଭାରେ ସମ୍ବୋଧିତ କରିବା ବେଳେ ଦେଶର ବୟସ୍କଙ୍କ ପାଇଁ ଏକ ଖୁସିଖବର ଘୋଷଣା କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ, ୭୦ ବର୍ଷ ବୟସ ଅତିକ୍ରମ କରି‌ଥିବା ସମସ୍ତ ବୟସ୍କଙ୍କ ଚିକିତ୍ସା ଆୟୁଷ୍ମାନ ଯୋଜନା ଅଧିନରେ ହେବ। ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ସମୟରେ ଜାରି କରିଥିବା ଘୋଷଣାପତ୍ରରେ ଏକ‌ଥା ଘୋଷଣା କରାଯାଇଥିଲା। କହିରଖୁଛୁ ଯେ, ଜୁନ୍‌ ୨୪ ତାରିଖରୁ ଲୋକସଭାର ଅଧିବେଶନ ଆରମ୍ଭ ହୋଇସାରିଛି।  

ନିର୍ବାଚନୀ ଇସ୍ତାହାର ଜାରି କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ବିଷୟରେ କହିଥିଲେ। ମୋଦୀ କହିଥିଲେ ଯେ,'ବୟସ୍କ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ଚିନ୍ତା ରହିଛି ଯେ, ରୋଗ ହେଲେ ଏହାର ଚିକିତ୍ସା କେମିତି କରିବେ। ଏହି ଚିନ୍ତା ମଧ୍ୟବିତ୍ତବର୍ଗଙ୍କ ପାଇଁ ଆହୁରି ଗମ୍ଭୀର ଅଟେ। ବିଜେପି ଏବେ ସଂକଳ୍ପ ନେଇଛି ଯେ, ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଯୋଜନା ଅଧିନକୁ ଅଣାଯିବ। 

ବିଜେପିର ଘୋଷଣାପତ୍ରରେ କୁହାଯାଇ‌ଥିଲା ଯେ,' ଆମେ ବୟସ୍କ ମାନଙ୍କୁ ସାମିଲ କରିବାକୁ ଆୟୁଷ୍ମାନ ଯୋଜନାକୁ ବିସ୍ତାର କରିବୁ ଏବଂ ସେମାନଙ୍କୁ ମାଗଣା ଓ ଉତ୍ତର ସ୍ବାସ୍ଥ୍ୟସେବା ଯୋଗାଇ ଦେବୁ।' ଏହି ଯୋଜନା ତତ୍କାଳୀନ ଅର୍ଥମନ୍ତ୍ରୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆର୍ଥିକ ବର୍ଷ ୨୦୧୯ ବଜେଟରେ ଆରମ୍ଭ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଜୟ ଆରୋଜ୍ୟ ଯୋଜନା ମଧ୍ୟ କୁହାଯାଏ। ଏହି ଯୋଜନା ଅଧିନରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.