ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ବୈଦେଶିକ ସଚିବ ହେଲେ ଡେପୁଟି NSA ବିକ୍ରମ ମିଶ୍ରି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରଦୂତ ତଥା ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ବିକ୍ରମ ମିଶ୍ରିଙ୍କୁ ଭାରତ ସରକାର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସେ ଭାରତୀୟ ବୈଦେଶିକ ସେବାର ୧୯୮୯ ବ୍ୟାଚ ଅଧିକାରୀ । ସେ ଗତ ଦୁଇ ବର୍ଷ ଧରି ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ତାଙ୍କର କାର୍ଯ୍ୟକାଳ ହ୍ରାସ କରାଯାଇଛି ଏବଂ ତାଙ୍କୁ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଡେପୁଟି ଏନଏସଏ ବିକ୍ରମ ମିଶ୍ରି ଜୁଲାଇ ୧୫ରୁ ପରବର୍ତ୍ତୀ ବୈଦେଶିକ ସଚିବ ହେବେ ।

ଏହା ପୂର୍ବରୁ ୨୮ ଡିସେମ୍ବର ୨୦୨୧ରେ  ଚୀନ୍‌ରେ ଭାରତୀୟ ରାଷ୍ଟ୍ରଦୂତ ପଦରୁ ଅବସର ପରେ ବିକ୍ରମ ମିଶ୍ରିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହଯୋଗୀ ଭାବେ ନିଯୁକ୍ତି ମିଳିଥିଲା । ବିକ୍ରମ ଉପ-ନ୍‌ଏସ୍‌ଏ ଭାବରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ଯୋଗ ଦେଇଥିଲେ । ଏବେ ତାଙ୍କୁ ବୈଦେଶିକ ସଚିବ ନିଯୁକ୍ତ କରାଯାଇଛି । ସେ ବିନୟ କ୍ବାତ୍ରାଙ୍କ ସ୍ଥାନ ନେବେ । ଗତ ମାର୍ଚ୍ଚରେ କ୍ବାତ୍ରାଙ୍କ କାର୍ଯ୍ୟକାଳ ୬ ମାସ ପର୍ଯ୍ୟନ୍ତ ବଢ଼ାଇଥିଲେ ସରକାର । 

କ୍ୟାବିନେଟର ନିଯୁକ୍ତି କମିଟି ମିଶ୍ରିଙ୍କ ନିଯୁକ୍ତି ଉପରେ ମୋହର ମାରିଛି । ଜୁଲାଇ ୧୫ରେ ସେ ଦାୟିତ୍ବ ଗ୍ରହଣ କରିବେ । ୭ ନଭେମ୍ବର ୧୯୪୬ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ ବିକ୍ରମ ମିଶ୍ରି । ୧୯୮୯ ବ୍ୟାଚର ଆଇଏଫଏସ୍‌ ଅଧିକାରୀ ମିଶ୍ରି ୩ ଜଣ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । 

 ସେପଟେ ବିକ୍ରମ ମିଶ୍ରିଙ୍କ ଉପ-ଏନଏସଏ କାର୍ଯ୍ୟକାଳ ହ୍ରାସ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ ଅଶରଫଙ୍କୁ ଦାୟିତ୍ବ ମିଳିପାରେ । ଅଶରଫ ମନମୋହନ ସିଂହ ଏବଂ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । 

  • india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.