ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

‘ମୋ ବ୍ୟାଗରେ ବୋମା ଅଛି…’: ଚେକିଂ ବେଳେ ଏୟାର ଇଣ୍ଡିଆ ଷ୍ଟାଫ୍‌ଙ୍କୁ କହିଲେ ଯାତ୍ରୀ

Image Courtesy: economictimes

ନଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ରେ ଉଡ଼ାଣ ଭରିବାକୁ ଥିବା ଜଣେ ଯାତ୍ରୀଙ୍କ କାରନାମାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ବ୍ୟାଗରେ ବୋମା ଅଛି ବୋଲି ଯାତ୍ରୀଜଣଙ୍କ ଘୋଷଣା କରିବା ପରେ ବାକି ଯାତ୍ରୀ ଏବଂ ବିମାନର କର୍ମଚାରୀ ଭୟରେ ଥରି ଉଠିଥିଲେ । ଟ୍ରାଞ୍ଜିଟ୍‌ ଚେକିଂ ବେଳେ ସେ ବିମାନ ଷ୍ଟାଫଙ୍କୁ କହିଥିଲେ ଯେ, ମୋ ବ୍ୟାଗରେ ବୋମା ଅଛି । ଏହା ପରେ ବିମାନ କର୍ମଚାରୀ ତୁରନ୍ତ ବମ୍ ଥ୍ରେଟ୍‌ ଆସେସମେଣ୍ଟ କମିଟି (ବିଟିଏସସି)କୁ ସୂଚନା ଦେଇଥିଲେ । ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲା । 

ସେପଟେ ଯାତ୍ରୀଙ୍କ ବ୍ୟାଗରେ ବୋମା ଥିଲା କି ନାହିଁ ସେନେଇ ସୂଚନା ମିଳିନାହିଁ । କିନ୍ତୁ ଅତୀତରେ ଏଭଳି ବୋମା ଥିବା ନେଇ ସୂଚନାରେ କୌଣସି ସତ୍ୟତା ନଥିବା ଜଣାପଡ଼ିଥିଲା । ପୂର୍ବରୁ ଅନେକ ଯାତ୍ରୀ ଚେକିଂ ସମୟରେ ଏଭଳି ମିଥ୍ୟା ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ । ଯଦିଓ ଏଭଳି ଘଟଣାରେ ସତ୍ୟତା ନଥିବା ମନେ ହୁଏ କିନ୍ତୁ ବିମାନ କର୍ମଚାରୀ ନିୟମ ପାଳନ କରିବାରେ ଅବହେଳା କରନ୍ତି ନାହିଁ । ସୂଚନା ମିଳିବା କ୍ଷଣି ଏସଓପି ଆଧାରରେ ଯାତ୍ରୀ ଏବଂ ସେମାନଙ୍କ ବ୍ୟାଗ୍ ଯାଞ୍ଚ କରାଯାଏ । 

ଏହା ପୂର୍ବରୁ ଜୁନ୍‌ ୨୫ (ମଙ୍ଗଳବାର)ରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ବୋମା ଥିବା  ନେଇ ସୂଚନା ମିଳିଥିଲା । ଯାଞ୍ଚ ପରେ ଜଣାପଡ଼ିଲା ଯେ, ଧମକର କୌଣସି ସତ୍ୟତା ନାହିଁ । ଯେଉଁ ବ୍ୟକ୍ତି ବିମାନରେ ବୋମା ଥିବା ନେଇ ଫୋନ୍‌ କରି ପୋଲିସକୁ ସୂଚନା ଦେଇଥିଲେ ତାଙ୍କୁ ଗିରଫ କରାଯାଇଛି । କଲ କରିଥିବା ବ୍ୟକ୍ତିଜଣଙ୍କ ପରିବାର ସହ କୋଚି ଏୟାରପୋର୍ଟରୁ ଉଡ଼ାଣ ଭରିବାକୁ ଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି । 

ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତ ୩୦ ବର୍ଷୀୟ ସୁହୈବ । ଯିଏକି ଏୟାର ଇଣ୍ଡିଆ ଷ୍ଟାଫଙ୍କ ସେବାରେ ଅସନ୍ତୁଷ୍ଟ ଥିଲେ । ସେ ଲଣ୍ଡନରୁ କୋଚି ଆସିଥିଲେ । ଏହି ସମୟରେ ତାଙ୍କୁ ବିମାନରେ ମିଳିଥିବା ସେବାରେ ସେ ଖୁସି ନଥିଲେ । ଏହା ପରେ ସେ ପୋଲିସକୁ ଫୋନ୍‌ କରି ବିମାନରେ ବୋମା ଅଛି ବୋଲି କହିଥିଲେ । ସୁହୈବ ଲଣ୍ଡନରେ ଜଣେ ମାର୍କେଟିଂ ଏକଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ପରିବାର ସହ କେରଳ ବୁଲିବାକୁ ଆସିଥିଲେ । 

  • Air india\
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.